ବିଶ୍ୱବିଦ୍ୟାଳୟ ନିଷ୍ପତ୍ତିକୁ ବରିଷ୍ଠ ନାଗରିକ ମଞ୍ଚର ସ୍ୱାଗତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଏଠାରେ ଏକ ବୃହତ ଜାହାଜ ନିର୍ମାଣ କାରଖାନା ଓ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନିମନ୍ତେ ସରକାର ନୀତିଗତ ନିଷତ୍ତି ନେଇଥିବାରୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଚଳିତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ତିନୋଟି ପ୍ରକଳ୍ପ ଘୋଷଣା କରିଥିବାରୁ ସରକାର ଜିଲ୍ଲାକୁ ଗୁରୁତ୍ୱ ଦେଉଛନ୍ତି। ଏହାଦ୍ୱାରା ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ଓ ଆଙ୍କାକ୍ଷା ପୂରଣ ହେବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଗତ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ସରକାର ଗଠନ କରିବା ପରେ ତାହାକୁ ପାଳନ କରିଛି। ଏଥିପାଇଁ ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କୁ ସଂଘ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ନରୋତ୍ତମ ଜେନାଙ୍କ ଆବାହକତ୍ୱ ଓ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କାର୍ଯ୍ୟକାରୀ ସଭାପତି ଫକୀର ଚରଣ ଖଟୁଆ, ଉପସଭାପତି ସୟଦ ଅକମଲ ଅଲ୍ଲୀ, ପ୍ରହଲ୍ଲାଦ ମଲ୍ଲ, ଅକ୍ଷୟ କୁମାର ନାୟକ, ରବୀନ୍ଦ୍ର ନାଥ ବାରିକ, ଉପଦେଷ୍ଟା ଡା. ବିଶ୍ୱପ୍ରକାଶ କାନୁନଗୋ, ଡ. ଶରତ ଚନ୍ଦ୍ର ସ୍ୱାଇଁ, ଡ. ବିଜୟ କୁମାର ଦାସ, ପରମାନନ୍ଦ ସେଠୀ, ଅଦ୍ୱୈତ କୁମାର ଦାସ, ଜଗମୋହନ ହୋତା, ନିତ୍ୟାନନ୍ଦ ସୁଆର, କିଶୋର ଚନ୍ଦ୍ର ପରିଡ଼ା, ଶୈଳେନ୍ଦ୍ରନାଥ ମହାନ୍ତି, ବସନ୍ତ କୁମାର ଓଝା, ପ୍ରାଧ୍ୟାପକ ଗଗନ ବିହାରୀ ସ୍ୱାଇଁ, ଗଗନ ବିହାରୀ ମନ୍ତ୍ରୀ, ବୈଷ୍ଣବ ଚରଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗନେଇ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ