ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ଚ୍ୟାମ୍ବର ଅଫ କମର୍ସ ଓ ସ୍ଵେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି.ଆଇ ଟି ଆଇ ପଡିଆ ଠାରେ ଚାଲିଥିବା ଏକ୍ସପୋ ଓଡିଶା ପରିସରରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଶିବିରରେ ମଧୁମେହ,ଉଚ୍ଚରକ୍ତ ଚାପ,ହିଁମଗ୍ଲୋବିନ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା.ଏହି କାର୍ଯ୍ୟକ୍ରମକୁ ବସିଆଇସି ର ସଭାପତି ସଞ୍ଜୟ କୁମାର ଦାସ,ରାଜେନ୍ଦ୍ର ଗୁପ୍ତା,ସୁଶାନ୍ତ ପଣ୍ଡା ପ୍ରଶ୍ମୁଖ ପରିଚାଳନା କରିଥିଲେ।


