ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି ଓ ପିଅନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ ଲାଞ୍ଚ। ନିରଞ୍ଜନଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ଜଗଦୀଶ। ସିଡିଏମ୍ଓ କାର୍ଯ୍ୟାଳୟ ଓ ଜଗଦୀଶଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି। ନିରଞ୍ଜନଙ୍କ ମଣ୍ଡଳଦେବୀସ୍ଥିତ ବାସଭବନରେ ବି ଭିଜିଲାନ୍ସର ଚଢ଼ାଉ ଜାରି ରହିଛି।