ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ସେବା କାର୍ଯ୍ୟ

ବନ୍ତ,(ଚାନ୍ଦିନୀ ମହାନ୍ତି):ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧୋତ୍ସବ ଅବସରରେ ଭଦ୍ରକ ଜିଲ୍ଲା ଆଗରପଡା ଗୋଷ୍ଠି ସ୍ୱାସ୍ଥ୍ୟା କେନ୍ଦ୍ର ପରିସରରେ ଆଜି ଫଳ ବଣ୍ଟନ, ବରିଷ୍ଠଙ୍କୁ ବସ୍ତ୍ରଦାନ ଓ ଗୋପିନାଥ ଜରା ନିବାସର ଅନ୍ତେବାସୀଙ୍କୁ ବସ୍ତ୍ରଦାନ,ମିଷ୍ଠାନ୍ନ ଓ ଫଳ ବଣ୍ଟନ କରାଯାଇଛି । ସେବା ସପ୍ତାହ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଥାନାଧିକାରୀ ଦେବରାଜ ଜେନା ଉଦ୍‌ଘାଟନ କରିଥିଲେ । ସାମ୍ବାଦିକ ହେମନ୍ତ ସିଂହଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସଭାପତି କୈଳାସ ଚନ୍ଦ୍ର ଧଳ,କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ସମ୍ପାଦକ ରଞ୍ଜନ ଦାସ,ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଦାସ,ଜଗନ୍ନାଥ ଶତପଥି, ଅଶୋକ ମହାନ୍ତି, ସୁରେନ୍ଦ୍ର ବିନ୍ଧାଣୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ, ସମ୍ପାଦକ ରବିନ୍ଦ୍ର ଆଇଚ,ଗୋଲକ ସାହୁ,ପ୍ରମୋଦ ସିଂହ,ଗୋବିନ୍ଦ ଚନ୍ଦ୍ର ଶତପଥି, ବରିଷ୍ଠ ନାଗରିକ ବିଷ୍ଣୁ ପ୍ରସାଦ ପଣ୍ଡା, ମଦନ ମୋହନ ଦାଶ, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ବିଜେପିନେତା ଅମୂଲ୍ୟ ରତ୍ନ ନନ୍ଦ, ଗୋପାଳ କୃଷ୍ଣ ଦାଶ,ଟୁଟୁଆ ରାୟ,ଚିନ୍ମୟ ମହାପାତ୍ର, ଅଶୋକ ପରିଡା,ସୁବାଷ ପଣ୍ଡା,ପ୍ରଦୀପ ପୁହାଣ,ଜଗନ୍ନାଥ ପଣ୍ଡା, ପୂର୍ବତନ ସମିତିସଭ୍ୟ ବସନ୍ତ ନାୟକ, ଅଧ୍ୟାପିକା ପ୍ରତିମା ସାହୁ, ବିଜେପି ନାରୀନେତ୍ରୀ ସାବିତ୍ରୀ ସାହୁ, ସ୍ତମ୍ଭକାର ସୁବୋଧ କୁମାର ସାହୁ, ଜିଲ୍ଲା ଯୁବ ବିଜେଡି ଉପ-ସଭାପତି ପ୍ରଦ୍ୟୁମ୍ନ ପୁହାଣ, ସାମ୍ବାଦିକ ବାବୁରାମ ବେହେରା,ଗଗନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ପ୍ରିତୀଲତା ନାୟକ, ସୁକାନ୍ତି ସେଠୀ, କଲ୍ୟାଣୀ ପାଢୀ, ପ୍ରିୟଙ୍କା ଜେନା, ପରବିନ୍ ଖାତୁନ, ବିଶ୍ୱଭାରତୀ ସାହୁ, ମୃତ୍ୟୁଞ୍ଜୟ ପରିଡା, ପ୍ରଦୀପ କୁମାର ବାରିକ ପ୍ରମୁଖ ଏକ ଶୋଭାଯାତ୍ରାରେ ଆସି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ôଚଥିଲେ । ସେଠାରେ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିବା ବିଭିନ୍ନ ସଂଗଠନ ଓ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ୩୦ ରୁ ଉର୍ଦ୍ଧ ରୋଗୀଙ୍କୁ ଫଳ ଓ ଶୁଖିଲାଖାଦ୍ୟ ବଣ୍ଟନ କରା ଯାଇଥିଲା । ପରେ ସ୍ଥାନୀୟ କଲେଜ ଛକ ଠାରେ ବରିଷ୍ଠ ନାଗରିକ ଗଦାଧର ଦାଶ, କାଳନ୍ଦୀ ଜେନା, ନାରାୟଣ ମଲ୍ଲିକ୍‌, ଗୋଲକ ଜେନା, ପୁର୍ଣ୍ଣଚନ୍ଦ୍ର ବେହେରା, କାଠିଆ ସାମଲ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରା ଯାଇଥିଲା । ଶେଷରେ ଗୋପିନାଥ ଜରା ନିବାସର ଅନ୍ତେବାସୀ ରୂପା ଦାସ, ହୀରା ବେହେରା, ଆନନ୍ଦ ପାତ୍ର, ନନ୍ଦିତା ମିଶ୍ର ପ୍ରମୁଖଙ୍କୁ ଅଙ୍ଗବସ୍ତ୍ର, ଫଳ ଓ ମିଷ୍ଠାନ୍ନ ବଣ୍ଟନ ଥାନାଧିକାରୀଙ୍କ ଦ୍ୱାରା କରା ଯାଇଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକ୍ରମରେ ଉତ୍ସାହର ସହ ସମସ୍ତେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ