ମହିଳା ସ୍ନାତକ ମହାବିଦ୍ୟାଳୟର ସାତଦିନିଆ ଶୀତକାଳୀନ ସେବା ଶିବିର

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ବାସନାପଲ୍ଲୀ  ଗ୍ରାମରେ  ଆୟୋଜିତ ସାତଦିନିଆ ଶୀତକାଳୀନ ସେବା ଶିବିର ସଫଳତାର ସହିତ ସମାପ୍ତ ହୋଇଛି। ମହାବିଦ୍ୟାଳୟର  ଅଧ୍ୟକ୍ଷା ଡ଼. ସୁମିତା ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ  ଏନଏସଏସ ବ୍ୟୁରୋ କାର୍ଯ୍ୟକ୍ରମ ସଂଯୋଜକ ଡ଼. ଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରୀ ସେବାଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କୁ ସମାଜ ସେବା, ଦେଶସେବା, ଓ ନାଗରିକ ଦାୟିତ୍ବ ପ୍ରତି ସଚେତନ ରହିବାକୁ ଆହ୍ବାନ ଜଣାଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା କବିତା ସାହୁ, ଦୀପ୍ତି ନନ୍ଦ, ଡ଼. ସୁଜାତା କୁମାରୀ ବେହେରା, ସୁଜାତା ପ୍ରଧାନ, ଅନିତା ସେଠୀ, ଶୁଭଲକ୍ଷ୍ମୀ ଦାସ ଓ ସୋନାଲି ପାଢ଼ୀ ଉପସ୍ଥିତ ଥିଲେ।   ପ୍ରୋଗ୍ରାମ ଅଫିସର ଶ୍ରାବଣୀ ସାହୁଙ୍କ ତତ୍ତ୍ୱାବଧାନରେ ଏନଏସଏସ ସ୍ଵଚ୍ଛସେବୀମାନେ ଗ୍ରାମରେ ସଫେଇ  ପ୍ଲାଷ୍ଟିକ, ଘୁଟକା ବର୍ଜନ, ପରିବେଶ ସୁରକ୍ଷା, ବୃକ୍ଷ ଲଗାଇବା, ନାରୀ ନିର୍ଯାତନା ଏବଂ ସାଇବର ନିରାପତା ବିଷୟରେ ରାଲି ଏବଂ ନାଟକ ପରିବେଷଣ କରି ଲୋକମାନଙ୍କୁ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ