ମହାବୀର ହନୁମାନ ମନ୍ଦିର ପ୍ରତିଷ୍ଠାର ସପ୍ତମ ବାର୍ଷିକୋତ୍ସବ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ରେଲୱେ କଲୋନୀ ମହାବୀର ନଗର ସ୍ଥିତ ଶ୍ରୀ ମହାବୀର ହନୁମାନ ମନ୍ଦିର ପ୍ରତିଷ୍ଠାର ସପ୍ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ୧୦୮ ରାମ ଚରିତ ମାନସ ପୂର୍ଣ୍ଣାହୁତି, ଘୃତଯଜ୍ଞ(ହୋମ), ୧୦୮ ହନୁମାନ ଚାଳିଶା ଏବଂ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଛି । କରାତଳି ଗ୍ରାମର ଶରତ ଚନ୍ଦ୍ର ନାହାକଙ୍କତ୍ତତ୍ୱାବଧାନରେ ୧୦୮ ରାମଚତିର ମାନସ ପରାୟଣ ପାଠ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା । ମୁଖ୍ୟ ପଣ୍ଡିତ ଖଟିଆ ରାମଚନ୍ଦ୍ରପୁର ଗ୍ରାମର ସପନ କୁମାର ଶତପଥୀଙ୍କ ପୌରହିତ୍ୟରେ ହନୁମାନଙ୍କ ଘୃତଯଜ୍ଞ ସମ୍ପନ୍ନ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସିଏଚ୍.ଦୟାନନ୍ଦ ରେଡ୍ଡୀଙ୍କ ସହ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସହଯୋଗ କରାଯାଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟ୍କ୍ରମରେ ଯୋଗଦେବା ସହ ମନ୍ଦିର ପରିସରରେ ନୂତନ ବୋରୱେଲ୍କୁ ଉଦ୍ଘାଟନ କରିଥିଲେ ।


