ଜିଲ୍ଲା ପରିଷଦର ସପ୍ତମ ଅଧିବେଶନ ବୈଠକ
ଛତ୍ରପୁର, (ଓ୍ବାଇଏନଏସ) : ବହୁ ବାଦ ବିବାଦକୁ ନେଇ ଦୀର୍ଘ ୯ ମାସ ପରେ ଗଞ୍ଜାମ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଗଞ୍ଜାମ ଜିଲ୍ଲା ପରିଷଦର ସପ୍ତମ ଅଧିବେଶନ ବୈଠକ । ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଜିଲ୍ଲା ପରିଷଦର ସପ୍ତମ ଅଧିବେଶନରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ, ସେ ଯେଉଁ ଦଳର ହେଉ ନା କାହିଁକି ନିଜ ନିଜ ଅଞ୍ଚଳର ଉନ୍ନତି କରିବା ଲକ୍ଷ୍ୟ ନେଇ ସମସ୍ତଙ୍କ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ। ଏହା ସହ ସମସ୍ତ ବିଭାଗୀୟ ଅଧିକାରି ଙ୍କ ଉପରେ ବିରକ୍ତ ପ୍ରକାଶ କରି ଏଣିକି ନିଜ ନିଜ କାମ କିପରି ସୁରୁଖୁରରେ ପରିଚାଳନା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଜିଲ୍ଲାର ବିଭିନ୍ନ ଜନ ସାଧାରଣ କିପରି ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା ନେଇ ବୈଠକରେ ଅଭିଯୋଗ ହୋଇଛି । ଜିଲ୍ଲାର ବିଭିନ୍ନ ଜୋନ ମାନଙ୍କରେ ଅଫିସର ମାନେ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ପଡି ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ କିଛି ଜିଲ୍ଲା ପରିଷଦ ସଭ୍ୟ ମାନେ । ଆତ୍ମା ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ମାନେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବେଳେ ଗତ ୧ ବର୍ଷ ହେଲା ସେମାନଙ୍କୁ ଆତ୍ମା ବୈଠକରେ ଡକାଯାଉନଥିବା ଜିଲ୍ଲା ପରିଷଦ ସଭ୍ୟ ମାନେ ଅଭିଯୋଗ କରିଥିଲେ । ପୁରୁଷୋତ୍ତମପୁର ଅଞ୍ଚଳରେ କୃଷି କ୍ଷେତ୍ରରେ କୃଷକ ମାନେ ବାହାର ରାଜ୍ୟକୁ ଭ୍ରମଣ କାର୍ଯ୍ୟକ୍ରମରେ କୃଷକ ଙ୍କ ବ୍ୟତୀତ କିଛି ବିଜେପି ନେତା ଓ କର୍ମୀ ମାନେ ବାହାର ରାଜ୍ୟକୁ ବୁଲିବାକୁ ଯାଇଥିଲେ । ଯାହାକୁ ନେଇ ପୁରୁଷୋତ୍ତମପୁର ୩୬ ନମ୍ବର ଜିଲ୍ଲା ପରିଷଦ ବୈଠକ ଭଜମନ ବେହେରା ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ବେଲଗୁଣ୍ଠା ବ୍ଲକ ଅଧ୍ଯକ୍ଷା ଗୃହରେ ସଂଘୀନ ଅଭିଯୋଗ ଆଣି କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବନ୍ଦ କରାଯାଉ କେବଳ ବିଧାୟକଙ୍କ ମାନଙ୍କ ପାଇଁ ନିର୍ବାଚନ କରି ସରକାର କରାଯାଉ କାରଣ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି । କାହିଁକି ନା ବ୍ଲକରେ ଅଧ୍ୟକ୍ଷ୍ୟାଙ୍କୁ ଗୁରୁତ୍ୱ ଦିଆଯାଉନି । ଜ଼ିଲ୍ଲାପାଳ ଏହାର ନିଜେ ତଦନ୍ତ କରିବେ ବୋଲି ଜଣାଇଥିଲେ। ଅନ୍ୟପଟେ ଜିଲ୍ଲାର ସମସ୍ତ ଯୋଜନା ଲୋକଙ୍କ ପାଖରେ ସଠିକ ସମୟରେ ପହଂଚାଇବା ପାଇଁ ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଓ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିବା କହିଛନ୍ତି ଓଡିଶା ସରକାରଙ୍କ ମତ୍ସ୍ୟ, ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବୈଠକରେ କୃଷି, ଉଦ୍ୟାନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ସମେତ ବିଭିନ୍ନ ବିଭାଗ ଆଲୋଚନା ହୋଇଥିଲା, ବହୁ ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ସେମାନଙ୍କ ଅଂଚଳ ରେ କାମ ଗୁଡିକ ଠପ ହୋଇଯାଇଛି ବୋଲି ଗୃହ ରେ ଅଭିଯୋଗ କରିଥିଲେ, ରାଜନୈତିକ କରାଯାଇ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ, ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତା ପ୍ରମୁଖ ମଂଚାସୀନ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଗଞ୍ଜାମ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ବେହେରା, ଏହି ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା, ବ୍ଲକ ଅଧ୍ୟକ୍ଷ/ ଅଧ୍ୟକ୍ଷା ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରି ମାନେ ଉପସ୍ଥିତ ଥିଲେ।