ହାଟଡିହି ତହସିଲରେ ପାନୀୟ ଜଳର ଘୋର ଅଭାବ

ହାଟଡିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲାର ହାଟଡିହି ତହସିଲ କାର୍ଯ୍ୟାଳୟ ଟି ଜିଲ୍ଳାର ସର୍ବ ବୃହତ ତହସିଲ ଭାବେ ପରିଗଣିତ। ଏହା ଅଧିନରେ ହାଟଡିହି ବ୍ଲକ ର ୩୧ଟି ପଞ୍ଚାୟତ ର ଲୋକମାନେ ନିର୍ଭର କରିଥାନ୍ତି। ତହସିଲ କାର୍ଯ୍ୟାଳୟ ପରିସରରେ ସବ ରେଜିଷ୍ଟର ଅଫିସ ଚାଲୁଥିବା ବେଳେ, ନିକଟରେ ହାଟଡିହି କୋର୍ଟ ଆଦି ଚାଲୁଥିବାରୁ ଦୈନିକ ହଜାର ହଜାର ଲୋକଙ୍କ ସମାଗମ ହେଉଛି। କିନ୍ତୁ ହାଟଡିହି ତହସିଲରେ ଲୋକଙ୍କ ପାଇଁ ପାନୀୟ ଜଳର ସେପରି କୌଣସି ସୁବିଧା ନାହିଁ। ଛୁଟି ଦିନ ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଲୋକଙ୍କ ସମାଗମ ହେଉଥିବା ବେଳେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଲୋକମାନେ ଅନେକ ସମସ୍ୟା ଭୋଗୁଛନ୍ତି। ବର୍ତମାନ ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ଲୋକମାନେ ପିଇବା ପାଣି ଟୋପେ ଖୋଜୁଥିବା ବେଳେ ଏଠାରେ କିଛି ସୁବିଧା ନଥିବାରୁ ଆଖ ପାଖ ରେ ଥିବା ଦୋକାନୀ ଙ୍କ ଉପରେ ନିର୍ଭର କରୁଛନ୍ତି। ସରକାର ପ୍ରତି ଛକ, ଜନଗହଳି ପୁର୍ଣ୍ଣ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା କରୁଥିବା ବେଳେ ଏଠାକାର ସ୍ଥିତି ସମ୍ବନ୍ଧରେ କିପରି ଜାଣି ପାରୁ ନାହାନ୍ତି ସେନେଇ ଆଶ୍ଚର୍ଯ୍ୟ ଲାଗୁଛି। କାର୍ଯ୍ୟାଳୟ ପରିସରରେ ଏକ ଥଣ୍ଡା ପାଣିର ମେସିନ ଲାଗିଥିଲେ ମଧ୍ଯ ତାହା ଅଚଳ ହୋଇ ପଡ଼ି ରହିଛି। ବିଭାଗୀୟ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସି ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ