ହାଟଡ଼ିହି ଅଞ୍ଚଳରେ କାଳବୈଶାଖୀ, ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି

ହାଟଡିହି(ଓ୍ବାଇଏନଏସ):  ହାଟଡ଼ିହି ଅଞ୍ଚଳରେ ଆଜି ସନ୍ଧ୍ୟା ୬ଟା ବେଳେ କାଳବୈଶାଖୀ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ସନ୍ଧ୍ୟା ୫ଟା ରୁ ହଠାତ ପାଗରେ ପରିବର୍ତନ ଘଟିବା ସହ ୬ଟା ବେକେ ପ୍ରବଳ ବେଗରେ  ବର୍ଷା ପବନ  ହୋଇଥିଲା। ଏଥି ଯୋଗୁଁ ବ୍ଲକର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗଛ ଉପୁଡ଼ି ଯାଇଥିବା ବେଳେ ଅନେକ ଚାଳ ଘରର ଛପର ଉଡ଼ିଯାଇ ଥିବା ଜଣା ଯାଇଛି।  ଅଣା ସମଣା ରାସ୍ତାର ଡାଙ୍କୁରୀ ନିକଟରେ ଏକ ବିରାଟ ଗଛ ଭାଙ୍ଗି ପଡିବାରୁ ଅନେକ ସମୟ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ହୋଇ ଯାଇଥିଲା।  ସେହିପରି ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଛି।  ସେହିପରି ହାଟଡିହି, ମରେଇଗାଁ, ଓରାଳି, ମିଠିଗାଁ, ନାହା, ବାଙ୍ଗୋର, ପନ୍ଦାଡୋ, କେ ବାଲିପାଳ, ହଦଗଡ଼, ଢେଙ୍କା, ହାଟଡିହି, ସୁଲଣ, ପଞ୍ଚୁଗୋଛିଆ, ଆମ୍ବୋ, ବଡ଼ ରମ୍ପାସ, ନୂଆ ରମ୍ପାସ ଆଦି ଗ୍ରାମରେ ଅନେକ ଗଛପତ୍ର ଭାଙ୍ଗି ପଡିଥିବା ବେଳେ ଘରଦ୍ୱାର କ୍ଷତିଗ୍ରସ୍ଥ ହୋଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ