ଶିବାନନ୍ଦ ଆଶ୍ରମରେ ମହିଳାଙ୍କ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଶକ୍ତି ରୂପେଣ ସଂସ୍ଥିତା’

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ମହିଳାମାନଙ୍କ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ “ଶକ୍ତି ରୂପେଣ ସଂସ୍ଥିତା” ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଅଧ୍ୟକ୍ଷତା କରି ଅଶୀର୍ବଚନ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଏସ.ଲକ୍ଷ୍ମୀ ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବର୍ତ୍ତମାନ ମନୁଷ୍ୟ ଭୋଗବିଳାଷରେ ବୁଡିରହି ଜୀବନର ପ୍ରକୃତ ମୂଲ୍ୟବୋଧକୁ ଭୁଲିଯାଇଛି। ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ମନୁଷ୍ୟ କେଉଁ ଉଦେଶ୍ୟ ଓ ଲକ୍ଷ୍ୟ ରଖି ଧରାପୃଷ୍ଟକୁ ଆସିଛି ତାହା ହୃଦୟଙ୍ଗମ କରିପାରିବ। ଫଳରେ ମନୁଷ୍ୟ ମୁକ୍ତିପଥର ପଥିକ ହୋଇପାରିବ ବୋଲି ସେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୁଲନଗର ସରପଞ୍ଚ ସନ୍ଧ୍ୟାରାଣୀ ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଗୀତା, ଭାଗବତ ଓ ଲକ୍ଷ୍ମୀପୁରାଣ ଉପରେ ଉପସ୍ଥିତ ଶତାଧିକ ମା’ମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ବରିଷ୍ଠ ସାମ୍ବାଦିକ ସଚ୍ଚିକାନ୍ତ ନାଥ ସଂଯୋଜନା କରିଥିଲେ। ଏଥିସହିତ କଲ୍ୟାଣକାରୀ ବିଷ୍ଣୁ ମହାଯଜ୍ଞ ଅବସରରେ ଆଶ୍ରମ ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ସେବାୟତମାନଙ୍କୁ ଭବ୍ୟ ସେବାପୂଜନ କରାଯାଇଥିଲା। ଶେଷରେ ବ୍ରହ୍ମଚାରୀ ନୃସିଂହ ନାଥ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ରିତାଞ୍ଜଳୀ ନାଥ, ଶ୍ରୀଧର ରାଉତ, ପୁନମ ନାୟକ, ଦେବେନ୍ଦ୍ର ସାମନ୍ତ, ପ୍ରମୋଦ ଦାସ, ନିରଞ୍ଜନ ରାଉତଙ୍କ ସମେତ କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର ଶତାଧିକ ସଂଖ୍ୟାରେ ମା’ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ