ଶାଳଣିଆଁ ସର୍କଲ ପ୍ରାଥମିକ ଶିକ୍ଷକ ସଂଘର ଗୁରୁଦିବସ ପାଳନ
ହାଟଡିହି (ଓ୍ବାଇଏନଏସ) : ହାଟଡିହି ବ୍ଲକ ଶାଳଣିଆଁ ସର୍କଲ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଡ଼ିମିରିଆ ଠାରେ ଗୁରୁଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି l ସଙ୍ଘର ସଭାପତି ବିଜୟ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସହ ଶିକ୍ଷା ଅଧିକାରୀ ସୁରେଶ କୁମାର ଯେନା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀଧର ସେଠି, ଅକ୍ଷୟ କୁମାର ବେହେରା, ପ୍ରଧାନ ଶିକ୍ଷକ ଅଜୟ କୁମାର ବରାଳ, ଏନ.ପି.ଏସ ଶିକ୍ଷକ ସଙ୍ଘ ହାଟଡିହିର କାଯ୍ୟ କାରିଣୀ ସଭ୍ୟ ସୁରେନ୍ଦ୍ର କୁମାର ରାଉତ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ବାରିକ, ଶାଳଣିଆଁ ସର୍କଲ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ବିବେକାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର କରାଯାଇଥିଲା l ଏହି ଅବସରରେ ଗୁରୁ ପ୍ରତିଭା ସମ୍ମାନରେ ଶିକ୍ଷୟତ୍ରୀ ସବିତା ମହାନ୍ତି ନମିତା ଦାସ, ବାଣୀ ବନ୍ଦନା ପଟ୍ଟନାୟକ, ଯତୀନ୍ଦ୍ର ଦେଓ, ନିରଂଜନ ବେହେରା, ଶିବ ଚରଣ ସେଠି ଯୁବ ପ୍ରତିଭା ଶିକ୍ଷକ ସମ୍ମାନରେ ପପନ କୁମାର ସ୍ୱାଇଁ, ସ୍ମିତାରାଣୀ ନାୟକ, ପ୍ରଭାକର ବେହେରା, ଗଜେନ୍ଦ୍ର ସେଠି, ନିର୍ମଳ ଭଟ୍ଟାଚାର୍ଯ୍ୟ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା l ଶିକ୍ଷକ ଗଜେନ୍ଦ୍ର ସେଠି, ମୋହନ ଚରଣ ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ସୌମ୍ୟରଞ୍ଜନ ବଳସାମନ୍ତ, ସତ୍ୟଭାମା ବେହେରା, ହରେକୃଷ୍ଣ ଦାସ, ରାକେଶ କୁମାର ସାହୁ, ଗୋଲକ ଚନ୍ଦ୍ର ଘଡେଇ, ସୁରଜ କୁମାର ପଟ୍ଟନାୟକ, ଅଭିଳାଷ ମୁଖି, ରବୀନ୍ଦ୍ର ରଣା, ପ୍ରଦୀପ କୁମାର ନାୟକ, ରଞ୍ଜନ ପ୍ରଧାନ, ବାସନ୍ତୀ ସେଠି, ଗୌରାଙ୍ଗ ନାୟକ, କୈଳାସ ଖୁଣ୍ଟିଆ, ରାମଚନ୍ଦ୍ର ମଲ୍ଲିକ, ସୁମନ୍ତ ଦାସ ସମେତ ଗ୍ରାମବାସୀ ଅକ୍ଷୟ କୁମାର ରାଉଳ, ଗୋବିନ୍ଦ ଚନ୍ଦ୍ର ବାରିକ, ସୁକାନ୍ତ ବେହେରା ଓ ସ୍କୁଲ କମିଟିର ସଦସ୍ୟ ଉପସ୍ଥିତ ଥିଲେ l


