ଶିଳ୍ପାଞ୍ଚଳ କନକଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ରି ପୂଜା

ବିଷୋୟୀ(ଓ୍ବାଇଏନଏସ): ନବରାତ୍ରି ଭାରତୀୟ ସଂସ୍କୃତିର ଏକ ପ୍ରମୁଖ ପର୍ବ। ଏହି ପ୍ରମୁଖ ପର୍ବ ନଅ ଦିନ ବ୍ୟାପୀ ଚାଲିଥାଏ। ଏହା ମା ‘ ଦୁର୍ଗାଙ୍କ ନଅଟି ରୂପକୁ ସମର୍ପିତ ଏକ ଆଧ୍ୟାତ୍ମିକ ଉତ୍ସବ । ଏହା କେବଳ ଧାର୍ମିକ ଆଚାର ନୁହେଁ ବରଂ ଶକ୍ତି, ସାହସ ଓ ସଂସ୍କୃତିର ଏକ ମହାନ ପ୍ରତୀକ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଶିଳ୍ପାଞ୍ଚଳ କନକ ଦୁର୍ଗା ମନ୍ଦିରରେ ଶାରଦୀୟ ନବରାତ୍ରି ପର୍ବ ମୁଖ୍ୟ ପୂଜକ ପଣ୍ଡିତ ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀଙ୍କ ଆବାହନରେ ଆୟୋଜିତ ହେଉଅଛି l କନକଦୁର୍ଗା ମନ୍ଦିରର ପତିଷ୍ଠାତା ତଥା ମଦର ସରୋଜିନୀ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହିମାଂଶୁ ଜ୍ୟୋସ୍ନା ପଟ୍ଟନାୟକଙ୍କ ପୌରୋହିତ୍ୟ ସହ ସୂର୍ଯ୍ୟ ନାୟକ, ସ୍ବର୍ଣ୍ଣଲତା ନାୟକ, ପାଣ୍ଡବ ଚୌଧୁରୀ, କୁମୁଦିନୀ ଚୌଧୁରୀ, ଭାରତୀ ମିଶ୍ର, ପ୍ରଦୀପ ନାୟକ, ଅଲିଭା ମଣ୍ଡଳ,ଅଶୋକ ତ୍ରିପାଠୀ, ପୁଷ୍ପଶ୍ରୀ ମିଶ୍ର, ଡ. ମନୋରଞ୍ଜନ ବିଷୋୟୀ,ଦେବାଂଶୁ ପାଢ଼ୀ, କସ୍ତୁରୀ ଦେବୀ, ସୁଶାନ୍ତ ପାତ୍ର, ସୁନିତା ପାତ୍ର, ବିନୋଦିନୀ ପଟ୍ଟନାୟକ, ପରମାନନ୍ଦ ଦାଶ, ରୀନାରାଣୀ ସାବତ, ଛବି ସାହୁ, ଶରତ ସାହୁ, ବାଲାଜୀ ପାଣିଗ୍ରାହୀ ଆଦି ବହୁ ଶ୍ରଦ୍ଧାଳୁଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଭାପତି ପଞ୍ଚାନନ ଚୌଧୁରୀ ଓ ଦିପୁ ଗୋସେଇଁ, ପପୁ ଗୋସେଇଁ ଆଦିଙ୍କ ପୂର୍ଣ୍ଣ ସହଯୋଗରେ ମା ‘ କନକ ଦୁର୍ଗାଙ୍କ ଏହି ନବରାତ୍ରି ପୂଜା ମହାଆଡମ୍ବରରେ ପାଳିତ ହେଉଅଛି।ଏହି ପୂଜା ମାନବ ମନରେ ଆଲୋକ ଜାଗ୍ରତ କରେ ଏବଂ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରେ । ଏହି ଅବସରରେ ସମସ୍ତ ଜଗତବାସୀଙ୍କ ଉପରେ ମା ‘ କନକଦୁର୍ଗାଙ୍କ କୃପା ବାରିଧାରା ବୃଷ୍ଟି ହେଉ ଏହି କାମନା କରାଯାଇଥାଏ । ନବରାତ୍ରି ପୂଜାର ଆରମ୍ଭ ଦିନ ଠାରୁ ଶେଷ ଯାଏଁ ଆଖପାଖ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଓ ଭକ୍ତ ରୁଣ୍ଢ ହେବା ସହ ପୂଜା କର୍ମ, ସନ୍ଧ୍ୟା ଆଳତୀ ଦର୍ଶନ ଓ ପ୍ରସାଦ ସେବନ କରି ମା ‘ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ