ସ୍ୱାସ୍ଥ୍ୟକର୍ମୀଙ୍କ ଭରସାରେ ଶିକରପାଇ ସ୍ୱାସ୍ଥ୍ୟ କେନ୍ଦ୍ର

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) ମ୍ୟାଲେରିଆ,ଡାଇରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳ କଲ୍ୟାଣସିଂହପୁର ବ୍ଲକର ଶିକର ପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ବର୍ଷ ବର୍ଷ ହେଲା ଡାକ୍ତର ପଦବି ଖାଲି ପଡ଼ିଛି। ଫଳରେ ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ଭରସାରେ କୋଡିଏ ହଜାର ଜୀବନ ସହ ରୋଗୀ ସେବା ଚାଲିଛି। ଏଠାରେ ଶିକରପାଇ, ସେରିଗୁମା, ବୁଡ଼ାଗୁଡା ପଞ୍ଚାୟତ ସହ କାଶୀପୁର ବ୍ଲକ ଗୁଡିବାଲି, ଲେଲିଗୁମା ପଞ୍ଚାୟତର ଦୈନିକ ୧୦୦ରୁ ଅଧିକ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ଵାସ୍ଥ୍ୟ ସମସ୍ୟା  ଅଞ୍ଚଳରେ ଗୁରୁତର ହୋଇ ପଡ଼ିଥିବା ବେଳେ ଜଣେ ସ୍ୱାସ୍ଥ୍ୟ କର୍ମୀ ସନ୍ତୋଷ କୁମାର ଲେଙ୍କାଙ୍କ ସହିତ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କ ସେବା କରି ଆସୁଛନ୍ତି । ଡାକ୍ତର ସହିତ ଆବଶ୍ୟକ କର୍ମଚାରୀ ନଥିବାରୁ ରୋଗୀଙ୍କ ଚିକିତ୍ସା ବିପର୍ଯ୍ୟସ୍ତ ହୋଇ ବିଭିନ୍ନ ସମୟରେ ସମସ୍ୟା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ଅପ୍ରତୀକର ଘଟଣା ଘଟୁଥିବା  ଅଂଚଳ ବାସି ମାନେ ହିଛନ୍ତି।  ଗତ ଛଅ ମାସ ପୂର୍ବେ ଏଠାରୁ ଜଣେ ଡାକ୍ତର ନିଯୁକ୍ତି ପାଇଥିଲେ କଣହେଲା କେଜାଣି କାହାର ଚାପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅନ୍ୟତ୍ର ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ବଦଳି ଜେଲେ ନା ଉଚ୍ଚ ଶିକ୍ଷା ପାଇଁ ଚାଲିଗଲେ ଅଞ୍ଚଳ ବାସି ଙ୍କ ପାଇଁ ଅଭିଶାପ ହୋଇ ଯାଇଛି।ଏହି ଅଞ୍ଚଳର ଦୈନିକ ଶତାଧିକ ପ ମ୍ୟାଲେରିଆରେ, ଝାଡା ବାନ୍ତି, ଡେଙ୍ଗୁ ଆକ୍ରାନ୍ତ ରୋଗ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଆରଗ୍ୟ  ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ହୋଇ ଫେରୁଛନ୍ତି।ଜଣେ କର୍ମଚାରୀ ଔଷଧ ବିତରଣ ସାଙ୍ଗକୁ ରୋଗୀ ସେବା ସହ ଅଫିସ କାଗଜ ପତ୍ର କରିବାକୁ ପଡୁଥିବାରୁ ଜଟିଳ ସମସ୍ୟାରେ ଗତି କରିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି।ଦିନଥିଲା ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସୁତି ମହିଳା ଙ୍କ ଲମ୍ବା ଲାଇନ ଲାଗୁଥିଲା। ଏଠି ମାଆ ଓ ଶିଶୁଙ୍କ ଯତ୍ନ ଠିକ ରୂପରେ ନିଆଯାଇ ଡେ଼ଲିଭେରୀ କରାଯାଉଥିବାରୁ ଅନେକ ମହିଳା ଏଠାକୁ ଆସୁଥିଲେ। କିନ୍ତୁ ସେଦିନ ଆଉ ନାହିଁ ଵର୍ତମାନ ଗର୍ଭବତୀ ମହିଳା କଣ ସାମାନ୍ୟ ପେଟବ୍ୟଥା କି ମୁଣ୍ଡ ବୁଥା ରୋଗୀ ଆସିନାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ଅଭାବ ର ସୁଯୋଗ ନେଇ ନକଲି ଡାକ୍ତର ଓ କ୍ଵାକଙ୍କ ଘରେ କ୍ଲୀନିକ ଖୋଲି ଚିକିତ୍ସା କରି ଲୋକଙ୍କ ଧନ ଓ ଜୀବନ ସହ ଖେଳ ଖେଳୁଛନ୍ତି। ସ୍ୱାସ୍ଥ୍ୟ ବିଭାଗ ସବୁଜାଣି ଚୁପ ବସିବା ଘଟଣା ସନ୍ଧେହ ସୃଷ୍ଟି କରିଛି।ଅନ୍ୟପଟେ ୧ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ନୂତନ କୋଠା ଆରମ୍ଭ ହେଲେ ଜଣେ କିପରି କାର୍ଯ୍ୟ କରିବି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।ସ୍ବାସ୍ଥ୍ୟକେନ୍ଦ୍ରର  ନୂତନ କୋଠାକୁ କାର୍ଯ୍ୟକ୍ଷମ କରାଯାଉନି। ୨୦୨୩ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନା ଗାନ୍ଧ ନେଉନି। ଠିକାଦାର ନିମ୍ନମାନର ଟାଇଲି ସହ ବିଦ୍ୟତ ପୁକରଣ ଲଗାଇ ଥିବାର ଅଭିଯୋଗ କରିଛନ୍ତି ଅଂଚଳ ବାସି।ଆବଶ୍ୟକ ରକ୍ଷଣାବେକ୍ଷଣ ଓ କର୍ମଚାରୀ ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା କାର୍ଯ୍ୟକ୍ଷମ ହେବା ପୁର୍ବରୁ ନଷ୍ଟ ହେବାକୁ ବସିଲାଣି। ଡାକ୍ତର ସହିତ ଆବଶ୍ୟକ କର୍ମଚାରୀ ନିଯୁକ୍ତ ଏବଂ ନୂତନ କୋଠା କାର୍ଯ୍ୟକ୍ଷମ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।ଏହି ବ୍ଲକର ସ୍ୱାସ୍ଥ୍ୟ ବ୍ୟବସ୍ତା ହାଣ୍ଡିଏ ଭାତରୁ ମାତ୍ର ଗୋଟିଏ!

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ