ବିଦ୍ୟୁତ ସଟ ସର୍କିଟ ଯୋଗୁ ଦୋକାନ ଗୃହ ପୋଡି ନଷ୍ଟ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ଥିବା ଶ୍ରୀଜଗନ୍ନାଥ ସାର ଓ କୀଟନାଶକ ଔଷଧ ଦୋକାନରେ ଶୁକ୍ରବାର ବିଳମ୍ବିତ ରାତିରେ ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଦୋକାନ ଗୃହଟି ସଂପୂର୍ଣ୍ଣ ପୋଡିଯାଇଛି। ଖବରପାଇ ଅଗ୍ନିଶମ ବିଭାଗ ତରଫରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ବେଳକୁ ଦୋକାନରେ ଥିବା ସମସ୍ତ ପଦାର୍ଥ ପୋଡି ଯାଇଥିଲା। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଦୋକାନର ମାଲିକ ସତ୍ୟରଂଜନ ଦାସ ପ୍ରକାଶ କରିଛନ୍ତି।