ରାଜ୍ୟ ଖୋଖୋ ରେଫରୀ ପରୀକ୍ଷାରେ ଶୁଭ୍ରାଂଶୁଙ୍କ କୃତିତ୍ୱ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟ ଖୋଖୋ ରେଫରୀ ପରୀକ୍ଷାରେ କେନ୍ଦୁଝରର ଶୁଭ୍ରାଂଶୁ ଦାଶ କୃତିତ୍ୱ ହାସଲ କରିଛନ୍ତି । ରାଜ୍ୟର ସର୍ବକନିଷ୍ଠ ରେଫରୀ ହେବାର ଯୋଗ୍ୟତା ସେ ଅର୍ଜନ କରିଥିବାବେଳେ ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ତରରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । ୨୦୨୪ମସିହା ଅକ୍ଟୋବର ମାସରେ ରାଜ୍ୟ ଖୋଖୋ ସଂଘ ତରଫରୁ ରେଫରୀ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୋଟ ୪୧୮ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦୩ଜଣ କୃତକାର୍ଯ୍ୟ ହୋଇଥିଲେ । କେନ୍ଦୁଝର ଜିଲା ଜଣେ ଯୁବକ ରାଜ୍ୟର ସର୍ବକନିଷ୍ଠ ଖୋଖୋ ରେଫରୀ ହେବାର କୃତିତ୍ୱ ଅର୍ଜନ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ ଶୁଭ୍ରାଂଶୁ କେନ୍ଦୁଝର ପୁରୁଣା ସହରର ବିଶ୍ୱେଶ୍ୱରପୁର ଶାସନର ସୁନନ୍ଦ ଦାଶଙ୍କର ଏକମାତ୍ର ପୁତ୍ର ଓ ରବିନ କୁମାର ପ୍ରହରାଜଙ୍କର ନାତି ଅଟନ୍ତି ।