ପାରଳାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଯଜ୍ଞ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ବିଶ୍ୱ କଲ୍ୟାଣ ପାଇଁ ପାରଳାରେ ଶ୍ରୀଜଗନ୍ନାଥ ମନ୍ଦିରରେ ପଞ୍ଚରାତ୍ର ଯଜ୍ଞ ଗତ 28 ତାରିଖ ଠାରୁ ଅତ୍ୟନ୍ତ ଭକ୍ତିପୂତ ଭାବେ ଆରମ୍ଭ ହୋଇଛି. ଏହା ଆଗାମୀ 2 ତାରିଖ ପର୍ଯନ୍ତ ଚାଲୁ ରହିବ. ଏହି ଅବସରରେ ମହାପ୍ରଭୁଙ୍କ 24 ଗୋଟି ଦୁର୍ଲଭ ଅବତାର ଭକ୍ତଙ୍କ ଦର୍ଶନ ପାଇଁ ଆୟୋଜନ କରାଯାଇଛି. ଏହି ଦେବ ଦୁର୍ଲଭ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ  ସମାଗମ ଦେଖିବାକୁ ମିଳିଛି. ଏହି ପବିତ୍ର ଯଜ୍ଞର ପୂର୍ଣ୍ଣାହୂତି 2 ତାରିଖ ଦିନ ସମ୍ପୂର୍ଣ ହେବ ବୋଲି ଜଗନ୍ନାଥଙ୍କ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀ କହିଛନ୍ତିଯେ, ପୂର୍ଣ୍ଣାହୂତି ଦିନ ମହାପ୍ରଭୁଙ୍କର ଅନ୍ନଯଜ୍ଞ ଆୟୋଜିତ ହେବ. ଏହି ଅନ୍ନଯଜ୍ଞରେ 10 ହଜାରରୁ ଅଧିକ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଛି. ଏହି ମହାନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପୂର୍ଣ କରିବା ପାଇଁ ଶ୍ରୀଜଗନ୍ନାଥଙ୍କ ସମସ୍ତ ଭକ୍ତଗଣ ସହଯୋଗ କରନ୍ତୁ ବୋଲି ମଧ୍ୟ ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ନିବେଦନ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ