ଶ୍ରୀ ରାମଚରିତ ମାନସ ପାରାୟଣ ଶୁଭାରମ୍ଭ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ନୟାଗଡ଼ ର ବିଶିଷ୍ଟ ପ୍ରବକ୍ତା ପଣ୍ଡିତ ଗୋପାଳ ଚନ୍ଦ୍ର ରାଜଗୁରୁ ଗୁରୁବାର ସନ୍ଧ୍ୟାରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାମଚରିତ ମାନସ ହିଁ ପଥଭ୍ରଷ୍ଟ ମାନବ ଜାତିର ଏକମାତ୍ର ମାର୍ଗଦର୍ଶକ ବୋଲି କହିଥିଲେ।ନାମର ମହିମା ଏବଂ ଶିବ ପାର୍ବତୀଙ୍କ ବିବାହ ପ୍ରସଙ୍ଗ ଉପରେ ସେ ଅମୃତ ତୁଲ୍ୟ ବିଚାର ରଖି ବିବେକର ଜାଗ୍ରତ ଏବଂ ଇନ୍ଦ୍ରିୟର ବିଜୟ ପାଇଁ ସତସଙ୍ଗର ଆବଶ୍ୟକତା ରହିଥିବା କହିଥିଲେ। ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡାଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରାକ୍ତନ ସଭାପତି ହରିକୃଷ୍ଣ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଘନସିଙ୍ଗି ବଦ୍ରିକାଶ୍ରମର ମୂଖ୍ୟ ସନ୍ନିଷ୍ଠାନନ୍ଦ ସରସ୍ଵତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପୁରୀ ଶ୍ରୀ ରାମଦୟା ପରିଷଦର ମହାମଣ୍ଡଳେଶ୍ବର ମହନ୍ତ ଗଙ୍ଗାରାମ ଦାସଜୀ ମହାରାଜ ବିଷୟ ପ୍ରସଙ୍ଗ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ଆଇନଜୀବି ହରପ୍ରସାଦ ରଥ ଧନ୍ୟବାଦ ଅର୍ପଣ କରିଥିଲେ। ପାରାୟଣ ପରିଚାଳନା କମିଟି କର୍ମକର୍ତ୍ତା ରଘୁନାଥ ପାଣିଗ୍ରାହୀ, ସତ୍ଯନାରାୟଣ ଦାଶ, ହରିକୃଷ୍ଣ ସାହୁ, ଲକ୍ଷ୍ମୀ ନାରାୟଣ ଦାଶ, କାଳୁଚରଣ ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାର୍ଥା, ହେମନ୍ତ କୁମାର ପାଣିଗ୍ରାହୀ, ସୁବାସ ଚନ୍ଦ୍ର ପାଢ଼ୀ, ଭାଗିରଥି ଚୌଧୁରୀ, ପି. ଗୋବିନ୍ଦ ପାତ୍ର, ବିନୋଦ ଚନ୍ଦ୍ର ଦାଶ, ସୁରେନ୍ଦ୍ର ପଟ୍ଟନାୟକ, ରାମୁ ଆଚାରୀ, ଗୌରଚନ୍ଦ୍ର ପୂଜାରୀ, ଏମ୍. ବାଇନାଥ ଓ ଅନ୍ୟ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


