ଦିଗପହଣ୍ଡିରେ ଶ୍ରୀ ରାମଚରିତ ନବାହ୍ନ ପାରାୟଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ଏନଏସି ୧ ନଂ ୱାର୍ଡ ରାଜପୁର ରୋଡ଼ ରେ ନବଦିନାତ୍ମକ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଶୁଭାରମ୍ଭ ହୋଇଯାଇଛି। ସାମାଜିକ କର୍ମୀ ଦନାର୍ଦ୍ଦନ ପଲେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସୋମବାର  ପବିତ୍ର କାର୍ତ୍ତିକ ଶୁକ୍ଳ ପଞ୍ଚମୀ ତିଥି ଠାରୁ ଶୁଭାରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଅଞ୍ଚଳ କଲୋନୀ ର ଉତ୍ସାହି ଯୁବକ ବୃନ୍ଦ ପରିଚାଳନା କରୁଥିବା ଜଣାପଡିଛି।ଭୁବନେଶ୍ୱରରେ ରହୁଥିବା ମାନସ କଳ୍ପତରୁ ପଣ୍ଡିତ ଉମାକାନ୍ତ ମହାପାତ୍ର ଏବଂ ତାଙ୍କ ସହଯୋଗୀ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀରାମ ଙ୍କ କଥାମୃତ ଓ ଜୀବନୀବୃତାନ୍ତ ଗାନ କରୁଛନ୍ତି।ଏହି ଆଧ୍ୟାତ୍ମିକ ଶ୍ରୀ ରାମଚରିତ ମାନସ କଥାମୃତ ଶ୍ରବଣ ନିମନ୍ତେ ସହର ତଥା ଆଖପାଖ ଗ୍ରାମାଞ୍ଚଳ ମାନଙ୍କରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି। ଏହି କାର୍ଯ୍ୟକ୍ରମ କାର୍ତ୍ତିକ ପବିତ୍ର ଶୁକ୍ଳ ଚତୁର୍ଦ୍ଦଶୀ ତିଥି ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହେବା କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ