ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସ

ବାଲେଶ୍ବର(ସରୋଜ ପଣ୍ଡା) :ଜନସଂଘର ପ୍ରତିଷ୍ଠାତା ମହାନ ଜନନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ଭାବେ ସମଗ୍ର ଦେଶରେ ଆଜି ପାଳିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ବିଜେପି କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ସ୍ୱର୍ଗତଃ ମୁଖାର୍ଜୀଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଖଣ୍ଡଭାରତ ନିର୍ମାଣରେ ମହାନ ଜନନାୟକଙ୍କ ଉତ୍ସର୍ଗୀକୃତ ଜୀବନ ଓ ବଳିଦାନ ସମ୍ପର୍କରେ ସେ ସ୍ମୃତିଚାରଣ କରିଥିଲ । ସ୍ୱର୍ଗତ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଜନସଂଘ ପାର୍ଟିର ନୀତି ଆଦର୍ଶକୁ ପାଥେୟ କରି ସାମ୍ପ୍ରତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜେପି ସରକାର ଦେଶବାସୀଙ୍କୁ ସୁଶାସନ ଦେଇ ଚାଲିଛନ୍ତି ବୋଲି ଶ୍ରୀ ଦତ୍ତ କହିଥିଲେ । ମାନବତାର ଉପାସକ, ବିଶିଷ୍ଟ ଶିକ୍ଷାବିତ ଓ ଭାରତୀୟ ଜନସଂଘର ସଂସ୍ଥାପକ ସ୍ୱର୍ଗତଃ ମୁଖାର୍ଜୀଙ୍କର ‘ଏକ ଦେଶ ମେଁ ଦୋ ନିସାନ ଦୋ ବିଧାନ ଦୋ ପ୍ରଧାନ ନହିଁ ଚଲେଗା’ ସ୍ଲୋଗାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ବାସ୍ତବତାରେ ପରିଣତ କରିପାରିଛନ୍ତି । ଏହି ‘ବଳିଦାନ ଦିବସ’ ପାଳନ ଅବସରରେ ଦେଶ ପ୍ରତି ଥିବା ନିଜର ଦାୟିତ୍ୱବୋଧତାକୁ ସୁଚାରୁ ରୂପେ ତୁଲାଇବାକୁ ଦଳୀୟ କାର୍ଯ୍ୟକର୍ତାଙ୍କୁ ବିଧାୟକ ଶ୍ରୀ ଦତ୍ତ ଆହ୍ୱାନ ଦେଇଥିଲେ । ଓଡିଶାର ଘରେ ଘରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ବିଚାରଧାରା ପହଂଚାଇ ପାରିଲେ ଭ୍ରଷ୍ଟ ଶାସନ ବ୍ୟବସ୍ଥାର ପରିବର୍ତନ ହୋଇପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ବରିଷ୍ଠ ନେତା ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ଅନନ୍ତ ନାୟକ, ଲୋକନାଥ ଭୂୟାଁ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, କାଉନସିଲର ସସ୍ମିତା ନାଥ, ସସ୍ମିତା ଦାଶ, ଶ୍ରୀୟା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ