ଏସଆଇ ପଦବୀ ଖାଲି : ଚିନ୍ତାରେ ଅଞ୍ଚଳବାସୀ
କଲ୍ୟାଣସିଂହପୁର (ଏଙ୍କଟେଶ୍ୱର ପାଢ଼ୀ): ପୋଲିସ ବ୍ୟବସ୍ଥା କୁନେଇ ସମସ୍ତେ ସରକ୍ଷିତ ମଣିଥାନ୍ତି। କିନ୍ତୁ ପୋଲିସ ବଳ କମିଗଲେ ଆଇନ ବ୍ୟବସ୍ତା ଭୁଶୁଡି ପଡିବ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୮୦ହଜାର ଲୋକଙ୍କୁ ମାତ୍ର କେଇ ପୋଲିସ କର୍ମଚାଜାରୀ ସମ୍ଭାଳି ଥାନ୍ତି। ଏହି ଥାନାରେ ଜଣେ ଥାନା ଅଧିକାରୀ ଥିବା ନେଳେ ଦୁଇଜଣ ଏସ ଆଇ ରହିବା କଥା କିନ୍ତୁ ମାତ୍ର ଜଣେ ନିଯୁକ୍ତି ପାଇ ଛୁଟିରେ ପୂର୍ବ ସ୍ଥାନର କାର୍ଯ୍ୟ କରିବା ପାଇଁ ଚାଲି ଯାଇଥିବାରୁ ଅଧିକାରୀଙ୍କ କାର୍ଯ୍ୟ ଶୂନ୍ୟ ହୋଇ ପଡିଛି। ଏହି ଥାନାରେ ପୂର୍ବରୁ ଦୁଇଜଣ କାର୍ଯ୍ୟ କରୁଥିଲେ। କିନ୍ତୁ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଜଣଙ୍କୁ ନିଯୁକ୍ତି ଦେଇ ଥିବାରୁ ଥାନା ଏସ ଆଇ ଙ୍କ ଅଧିକାରୀଙ୍କ ପଡି ରହିଥିବାରୁ କାର୍ଯ୍ୟ ଅଚଳା ଅବସ୍ଥା ସୃଷ୍ଟି ହୋଇଥିବାରୁ ଧୀରେ ଧୀରେ ସୁଧରୁଥିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ବଡ଼ିଲାଣି। ଏଣୁ ନୂତନ ଏସ ଆଇ ଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବି ହୋଇଛି।