ସୌମ୍ୟାଶ୍ରୀ ବିଶି ଏବଂ ବଳଙ୍ଗା ପୀଡିତା ଛାତ୍ରୀଙ୍କ ଆଶୁରୋଗ୍ୟ ପାଇଁ ନିରବ ପ୍ରାର୍ଥନା
ବେତନଟୀ ( ଉଦିତ କୁମାର ପରିଡା ) : ପ୍ରଦେଶ କଂଗ୍ରେସ କମିଟିର ସମ୍ମାନନୀୟ ସଭାପତି ଭକ୍ତ ଦାସଙ୍କ ଆହ୍ୱାନ କ୍ରମେ ଆଜି ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟୀ କଂଗ୍ରେସ ବ୍ଲକ ସଭାପତି ସମ୍ମାନନୀୟ କୁଶଧର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ପିସିସି ସଦସ୍ୟ ସୁଭାଷ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ବେତନଟୀ ବ୍ଲକ ଅନ୍ତର୍ଗତ ବଙ୍ଗଳାଚ୍ଛକଠାରେ ଥିବା ଦିବଂଗତ ପ୍ରାକ୍ତନ ବାଚସ୍ପତି ପ୍ରଶନ୍ନ କୁମାର ଦାସ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଫକିର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ବର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପାର୍ଥନା କରାଯିବ ସହିତ ବଳଙ୍ଗା ପିଡ଼ିତା ଛାତ୍ରୀଙ୍କର ଆଶୁଆରୋଗ୍ୟ କାମନା କରାଯାଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଆଇନଜୀବି ପ୍ରବୀର କୁମାର ବାରିକ, ରବି ମୁର୍ମୁ, ମଣ୍ଟୁ ମହାନ୍ତ, ସୁଜିତ ମହାନ୍ତ, ମାନସିଂ ମାରାଣ୍ଡି, ଡାକ୍ତର ହେମ୍ବ୍ରମ, କୁନା ବାରିକ, ବାସନ୍ତୀ ସାହୁ, କେଶବ ପାଢ଼ୀ, ପ୍ରତାପ ମହାନ୍ତ, ଦିଲ୍ଲୀପ ବେହେରା ସହିତ ବେତନଟୀ ମହାବିଦ୍ୟାଳୟ ର ଛାତ୍ର ମାନେ ଉପସ୍ଥିତ ଥିଲେ।


