ମନ୍ଦିରରୁ ରୂପା ମୁକୁଟ ସହ ଅନ୍ୟାନ୍ୟ ଜିନିଷ ଚୋରି : ବର୍ଷ ବିତୁଛି, ଚୋର ଧରିପାରୁନି ପୁଲିସ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଖଣ୍ଡାସାହି (ବାଲିସାହି )ଅଂଚଳର ରାଧାକୃଷ୍ଣ ମନ୍ଦିରରୁ ଠାକୁର ଙ୍କ ରୁପା ମୁକୁଟ ସମେତ ବିଭିନ୍ନ ସାମଗ୍ରୀ ଚୋରି ଘଟଣାର କାକଟପୁର ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ମାସ ମାସ ବିତିଯାଉଥିଲେ ସୁଦ୍ଧା ପୂର୍ବରୁ ବିଭିନ୍ନ ମନ୍ଦିର ରୁ ଚୋରି କରିଥିବା ଚୋରଙ୍କ ଟେର ପାଉନି ପୁଲିସ। କେବଳ ମାମଲା ରୁଜୁ କରି ଚୁପ ବସିଛି ପୁଲିସ। ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପଖଣ୍ଡ ଅଧିକାରୀ ବଦଳୁଛନ୍ତି। ଫଳରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଥିବା ବିଭିନ୍ନ ମନ୍ଦିର ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  କାକଟପୁର ଥାନା ଅଧୀନ ଖଣ୍ଡାସାହି (ବାଲିସାହି )ଗ୍ରାମର ରାଧାକୃଷ୍ଣ ମନ୍ଦିର ରୁ ବୁଧବାର ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି ରୁପା ମୁକୁଟ ସହ ରୂପା ପାଉଁଜି, ସୁନା ମଙ୍ଗଳସୂତ୍ର, ନାକଫୁଲ, ରୂପା ହାର, ସୁନା ମୁଦି, ଖଡୁ ଢାଳ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଇଛନ୍ତି।ଯାହାକୁ ନେଇ ଗୁରୁବାର କାକଟପୁର ଥାନାରେ ପୂଜକ ପୁରୁଷୋତ୍ତମ ପଣ୍ଡା  ଅଭିଯୋଗ କରିଛନ୍ତି। କାକଟପୁର ପୁଲିସ କେଶ ନମ୍ବର ୧୦୯/୨୬ରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତ କରିଥିଲେ।ଏହା ପୂର୍ବରୁ ଅସ୍ତରଙ୍ଗ ଥାନା ଅଧୀନରେ କୁଅଁରପୁର ସ୍ଥିତ ମନ୍ଦିର ରୁ କିଛି ଦିନ ପୂର୍ବରୁ ଠାକୁର ଙ୍କ ଦାନବାକ୍ସ ଭାଙ୍ଗି ଲୁଟି ନେଇଥିଲେ। ଏହା ସହ କିଛି ଦିନ ପୂର୍ବରୁ ଆଙ୍କୁଅ ଗାଁରେ ମଧ୍ୟ ଚୋରି ହୋଇଥିଲା। ଅନେକ ମନ୍ଦିର ରୁ ଚୋରି ଏକ ବର୍ଷ ରୁ ଉର୍ଦ୍ଧ ବିତିବାକୁ ବସିଲାଣି ତଥାପି ଚୋରକୁ ଠାବ କରିବାରେ ସଫଳ ହୋଇନାହିଁ ପୁଲିସ। ଅନେକ ସ୍ଥାନରେ ସାଇଣ୍ଟିଫିକ ଟିମ୍ କେବଳ ଯାଞ୍ଚ କରି ସାରିବା ପରେ ମାମଲା ରୁଜୁ ହୋଇ ତଦନ୍ତ ଫାଇଲି ତଳେ ରହିଯାଉଛି। ଥାନାରେ ଏତଲା ଦେଇ କେବଳ ଚୁପ ବସିବା ଛଡା ଆଉ କିଛି ଉପାୟ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ। ଅନେକ ସ୍ଥାନରେ ଚୋରି ପରେ ପୁଲିସ କର୍ମଚାରୀ ଲୋକ ଦେଖାଣିଆ ରାତିରେ ପୁଲିସ କର୍ମଚାରୀ ମାନେ ମନ୍ଦିର ଜଗିଲେ। ତା ପରେ ନାଁ ଚୋରକୁ ଧରିଲେ ନାଁ ମନ୍ଦିର କୁ ଜଗିଲେ। ଅଧିକାରୀ ମାନେ ବଦଳୁଛନ୍ତି, କିନ୍ତୁ ମାମଲା ଗୁଡିକ ଫାଇଲିରେ ରହିଯାଇଛି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ସମସ୍ତ ଦେବାଳୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ। ମାତ୍ର ପୁଲିସର ଆନ୍ତରିକତା ଅଭାବରୁ ମନ୍ଦିର ରୁ ଚୋରି ଜିନିଷ ଉଦ୍ଧାର ହେଉନାହିଁ କି ଚୋର ଧରାପଡ଼ୁନାହାନ୍ତି। ସମସ୍ତ ଆଧୁନିକ ଜ୍ଞାନ କୌଶଳ ଥିବା ସତ୍ୱେ ବର୍ଷ ବର୍ଷ ଧରି ଚୋରଙ୍କୁ ଚିହ୍ନଟ କରିପାରୁନି ପୁଲିସ। ଅନ୍ୟ ପକ୍ଷରେ ଥାନାର ଅଧିକାରୀ ମାନେ ବଦଳିଲେ ଫାଇଲି ରେ ଧୂଳି ଲାଗିଯାଉଛି। ସ୍ଥାନୀୟ ଲୋକ ଙ୍କ ଏସପି ଙ୍କ ଉପରେ ଭରସା ରହିଛି, ଯଦି ଅସ୍ତରଙ୍ଗ ଥାନା ଓ କାକଟପୁର ଥାନାର ଗାଦି ମଡ଼ା କର୍ମଚାରୀ ଙ୍କୁ ବଦଳି କରି ନୂତନ ଅଧିକାରୀ ମାନେ ନିଯୁକ୍ତି ହୁଅନ୍ତେ ଚୋରି ଘଟଣାର ଫର୍ଦାଫାଶ ହୋଇପାରନ୍ତା। ଚୋର ବି ଆଗକୁ ଚୋରି କରିବାକୁ ଭୟ କରନ୍ତେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ