ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହ ଆଜି ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ଦିବସରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ଶୁଭେନ୍ଦ୍ର କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ, ବିଶିଷ୍ଟ ଅତିଥି ଭାବେ ଅବସରପ୍ରାପ୍ତ ଅନୁଶିକ୍ଷାଧିକାରୀ ଗଣେଶ ପ୍ରସାଦ କରଶର୍ମା, ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ, ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ରମାକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ରାଜ୍ୟ ବିଜେପି ପ୍ରବକ୍ତା ତଥା ବରିଷ୍ଠ ସାମ୍ବାଦିକ ପତଞ୍ଜଳୀ କରଶର୍ମା, ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ, ବିଦ୍ୟାଳୟର ସଭାପତି ସୂର୍ଯ୍ୟମଣି ରାଉଳ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ, ହୃଷିକେଶ ମିଶ୍ର, ସାମ୍ବାଦିକ ତଥା ଆଇନଜୀବି ଜ୍ଞାନଦା ପ୍ରସାଦ କରଶର୍ମା, ସମାଜସେବୀ ରବିନ୍ଦ୍ରନାଥ ରାଉତ, ଭାଗିରଥି ସେଠୀ, ଅର୍ଜ୍ଜୁନ ଚରଣ ବାରିକ, ପୁରାତନ ଛାତ୍ର ସଂସଦର ସଭାପତି ରାଜେଶ ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛାତ୍ର ବିଶ୍ୱ ରଞ୍ଜନ ଦାସ ଏବଂ ପୁରାତନ ଛାତ୍ର ସତ୍ୟ ସୁନ୍ଦର ନାୟକ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା । ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ଅଜୟ କୁମାର ପୃଷ୍ଟି ଅତିଥି ମାନଙ୍କୁ ମଞ୍ଚକୁ ଆହ୍ୱାନ, ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା ବେଦପାଠ ଓ ପ୍ରଧାନ ଆଚାର୍ଯ୍ୟା ଇତିଶ୍ରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ସ୍ୱରଚିତ ପୁସ୍ତକ ‘ଶିକ୍ଷାର ମହତ୍ୱ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ପରେ ବହୁ ପ୍ରତିଭାଧର ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ନୃତ୍ୟ ଗୁରୁ ଦୀଲିପ ସାହୁ ଓ ହଳଧର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁନୀଲ ରାଉଳ, ମାନସ ନାୟକ, ପ୍ରସନ୍ନ ରଥ, ଶିକ୍ଷୟିତ୍ରୀ ଦମୟନ୍ତୀ ପାଣିଗ୍ରାହୀ, ଉଷାରାଣୀ ବେହେରା, ସୌଭାଗ୍ୟ ମଞ୍ଜରୀ ପରିଡା, ମିନତୀଲତା ରାଉତ, ସସ୍ମିତା ପତି, ସବିତାରାଣୀ ଦାସ, ନିରୁପମା ପାଣିଗ୍ରାହୀ, ପ୍ରଭାତୀ ପତି, ସାବିତ୍ରୀ ମାଝୀ, ସେବିକା ରେବତୀ ବାରିକ, ଖୁସି ପତି ପ୍ରମୁଖ ସହଯୋଗ କରିଥିଲେ । ସେହିପରି ପରିଚାଳନା କମିଟିର ସମ୍ପାଦକ ପ୍ରକାଶ ସାହୁ, ରବିନ୍ଦ୍ର ରାଉତ, ରବି ନାରାୟଣ ନାୟକ, ମହେଶ ସାହୁ, ସନାତନ ସେଠୀ, ଷ୍ଟିୟରିଂ କମିଟିର ଉଦୟ ନାରାୟଣ ସାହୁ, ଆଶିଷ ସାହୁ, ଶରତ ରାଉଳ, ସୁରେଶ ବିଶ୍ୱାଳ, ବିଜୟ ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ଶୁଭେନ୍ଦୁ ବିଶ୍ୱାଳ, ଉତ୍ତମ କୁମାର ଦାସ, ରବିନ୍ଦ୍ର ରାଉତ, ପୁରାତନ ଛାତ୍ର ସଂସଦ ସମ୍ପାଦକ ସତ୍ୟ ରଞ୍ଜନ ସାହୁ, ସଭ୍ୟ ସଚୀନ ସାହୁ, ଆଲୋକ ପତି, ହିମାଂଶୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।


