ବିଦ୍ୟାମନ୍ଦିରରେ ରୌପ୍ୟ ଜୟନ୍ତୀ ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି  ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ସୋମବାର ଠାରୁ ବିଦ୍ୟାମନ୍ଦିର ପରିସରରେ ରୌପ୍ୟ ଜୟନ୍ତୀ ସମାରୋହ ଅତି ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ବିଷୋୟୀ , ବ୍ୟବସ୍ଥାପକ ତଥା ସଂପାଦକ ପ୍ରହଲ୍ଲାଦ ଡାକୁଆଙ୍କ ମିଳିତ ସଂଯୋଜନାରେ ପ୍ରଥମ ଦିନରେ ୩୨୦ ରୁ ଉର୍ଦ୍ଧ୍ୱ ମହିଳାଙ୍କ ଦ୍ବାରା ସ୍ଥାନୀୟ ଗୁପ୍ତେଶ୍ୱର ପୋଖରୀରୁ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରାଯାଇଥିଲା । ଏହି ସମୟରେ ୨୨ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଶୋଭାଯାତ୍ରା ରେ ସାମିଲ ଥିଲେ।  ଏହାପରେ ପୂର୍ବତନ ଛାତ୍ର ମାନଙ୍କ ସ୍ଥାନୀୟ ଦ୍ବାରା ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଜ୍ୟୋତି ଓ ଆଜ୍ଞାମାଳ ଅଣାଯାଇଥିଲା । ସେହିପରି ସକାଳେ ବିଦ୍ୟାମନ୍ଦିର ପରିସରରେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ କରାଯାଇଥିଲା । ମଧ୍ୟାହ୍ନରେ ବିଦ୍ବତ୍ ପରିଷଦ ପକ୍ଷରୁ ସାମାଜିକ ଗଣମାଧ୍ୟମର ଉପଯୁକ୍ତ ବିନିଯୋଗ ଶୀର୍ଷକ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ଏବଂ ଭଗବତୀ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁଜୀ ବାବୁଲା ପଣ୍ଡା ଅତିଥି ପରିଚୟ  ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିର ପରିଚାଳନା ସମିତିର ପୂର୍ବତନ ସଭାପତି ରାମଚନ୍ଦ୍ର ସାହୁ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବି ହରପ୍ରସାଦ ରଥ ସଂଯୋଜନା କରିଥିବା ବେଳେ ଆଇନଜୀବି ଅଶେଷନାଥ ମିଶ୍ର , କୁରେଶୁ ପଣ୍ଡା , ଦୀପକ ଜେନା , ରଘୁନାଥ ଦୋରା , ଗୋପାଳ ସାବତ , ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସେହିପରି ଅପରାହ୍ନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ୟକ ସାଧୁସନ୍ଥ ଯୋଗ ଦେଇଥିଲେ।  ଶ୍ରୀପଦ ଅଷ୍ଟୋତ୍ତର ଶତ ତ୍ରିଦଣ୍ଡି ସ୍ବାମୀ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ ମୁଖ୍ୟ ଅତିଥି , ଚକାପାଦ ଆଶ୍ରମର ଜୀବନ ମୁକ୍ତାନନ୍ଦଜୀ ମହାରାଜ ମୁଖ୍ୟବକ୍ତା , ମହନ୍ତ ରାଧାକାନ୍ତ ଦାଶ ଜୀ ମହାରାଜ , ସ୍ବାମୀ ସଦାଶିବାନନ୍ଦ ଜୀ ମହାରାଜ ,ବଦ୍ରିକା ଆଶ୍ରମର ସ୍ବାମୀ ଶର୍ମିଷ୍ଟା ନନ୍ଦଜୀ ସରସ୍ଵତୀ ମହାରାଜ , ସନ୍ଥ କମଳାକ୍ଷ ପ୍ରସାଦ ଦାଶ , ହରିହର ଦାଶଜୀ ମହାରାଜ , ମହନ୍ତ ଚିନ୍ମୟାନନ୍ଦ ଦାସ , ମହନ୍ତ ପଦ୍ମଲୋଚନ ରାମାନୁଜ ଦାଶ , ମହନ୍ତ ପଦ୍ମଚରଣ ଦାଶ , ଦେବଦତ୍ତ ମହାରାଜ , ପ୍ରାଧ୍ୟାପକ ବୃନ୍ଦାବନ ମିଶ୍ର , ସ୍ବାମୀ ସତ୍ୟାନନ୍ଦଗିରିଜୀ ମହାରାଜ ଏବଂ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ  । ଏହି ଅବସରରେ ବିଦ୍ୟାମନ୍ଦିର ପରିଚାଳନା ସମିତି ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରୌପ୍ୟ ଜୟନ୍ତୀ ଉଦଘାଟନ ସମାରୋହ କୁ ବିଦ୍ୟାମନ୍ଦିର ର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ଛାତ୍ର ଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ  ପରିଚାଳନା ସମିତି ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ