ସିନ୍ଧୁକେଶ୍ୱର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ: ସେମି ଫାଇନାଲରେ ମୟୁରଭଞ୍ଜ ଟିମ୍‌

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଣିଜୋ ପଞ୍ଚାୟତ କଣ୍ଟାପାଳ ପଡିଆରେ ୫ମ ବାର୍ଷିକ ୨ ଦିନିଆ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ପ୍ରଥମ ଦିନର ଖେଳରେ ଜେପିଏସ୍ ରଜତ ନଗର, ମୟୂରଭଞ୍ଜ ଟିମ୍ ବିଜୟ ଲାଭ କରି ସେମି ଫାଇନାଲକୁ ପ୍ରବେଶ କରିଛି । ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ ଓ ଖୋର୍ଦ୍ଧା ଜିଲାର ୮ ଗୋଟି ଦଳ ଅଂଶ ଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଧୋବାଗଢିଆ ଫୁଟବଲ ଟିମ୍‌, ବାଲେଶ୍ୱର ସହିତ ସୋରେନ୍ ଫୁଟବଲ କ୍ଲବ, ଶରତ, ମୟୁରଭଞ୍ଜ ଏବଂ ୨ୟ ମ୍ୟାଚରେ ମହାବୀର ଫୁଟବଲ୍ କ୍ଲବ ଭଦ୍ରକ ସହିତ ଜେପିଏସ୍ ରଜତ ନଗର, ମୟୂରଭଞ୍ଜ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ମ୍ୟାଚ୍ ରେଫରୀ ଭାବେ ଫିଫା ଅନୁବନ୍ଧିତ ରାମଚନ୍ଦ୍ର ବେଶ୍ରା, ଗଣେଶ୍ୱର ସିଂ, ମାନସ କୁମାର ସିଂ ଓ ସନ୍ତୋଷ କୁମାର ରଣା ଖେଳ ପରିଚାଳନା କରିଥିଲେ । ଭାଷ୍ୟକାର ଭାବେ ଶ୍ରୀନିବାସ ପଣ୍ଡା, ବାପୁଜୀ ନାୟକ ଏବଂ ସ୍କୋରର ଭାବେ ଆଇନଜୀବି ଶରତ କର ଦାୟିତ୍ୱ ତୁଲାଇ ଥିଲେ । ଉଦ୍‌ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ, ଜିଲା ଯୋଗଗୁରୁ ଧରଣୀଧର କର, ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ କର, ପୂର୍ବତନ ସରପଞ୍ଚ ସତ୍ୟ ସାଧନ ବେଜ, ଅଣିଜୋ ସରପଞ୍ଚ ପ୍ରତିନିଧି ଜଗବନ୍ଧୁ ପୃଷ୍ଟି, ପରମେଶ୍ୱର ରାଉତ, ପ୍ରଧାନ ଶିକ୍ଷକ ମୁକ୍ତିକାନ୍ତ ନାୟକ, ତପନ କୁମାର ଜେନା, କୈଳାସ ଶୁକ୍ଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ କ୍ଲବର ଉଦୟ ନାରାୟଣ ପଣ୍ଡା, ରମାକାନ୍ତ ମହାଳିକ, ଜଗବନ୍ଧୁ ବେହେରା, ପ୍ରତାପ ପଣ୍ଡା, କରୁଣାକର ଦାସ, ମଧୁସୂଦନ ପଣ୍ଡା, ବାବୁଲା ଜେନା, ବାପୁଜୀ ନାୟକ, ସୁବାଷ ପଣ୍ଡା, ଶ୍ରୀଧର ସାହୁ, ମାନସ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ