ଦୁର୍ଗାପୂଜା ନିମନ୍ତେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆଉ ଗୋଟିଏ ଦିନ ବୃଦ୍ଧି
କଟକ (ଓ୍ବାଇଏନଏସ): ଆସନ୍ତା ଦୁର୍ଗାପୂଜା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ବିଭିନ୍ନ ପୂଜା କମିଟିର ଅନୁରୋଧ ଅନୁଯାୟୀ, ସିଙ୍ଗଲ୍ ୱିଣ୍ଡୋର କାର୍ଯ୍ୟକାଳ ଅତିରିକ୍ତ ଦୁଇ ଦିନ ପାଇଁ, ଅର୍ଥାତ୍ ୮ ଏବଂ ୯ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବାରବାଟୀ ଷ୍ଟାଡିୟମର ବାରବାଟୀ ପ୍ୟାଲେସରେ ମଙ୍ଗଳବାର ୯ ତାରିଖ ମଧ୍ୟ ଏହି ସିଙ୍ଗଲ ୱିଣ୍ଡୋ ଜାରି ରହିବ। ଏହା ପରେ ଆଉ କୌଣସି ପ୍ରକାରର ସମୟ ଅବଧି ବୃଦ୍ଧିକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ସୂଚନାଯୋଗ୍ୟ ପୂଜା ମଣ୍ଡପରେ ସୁରକ୍ଷିତ ବିଦ୍ୟୁତ ସଂଯୋଗ, ବୈଦ୍ୟୁତିକ ଗେଟଗୁଡ଼ିକର ସଠିକ୍ ନିର୍ମାଣ, ପୂଜା ମଣ୍ଡପ ଏବଂ ତୋରଣ ନିର୍ମାଣ ଆଦି ନିମନ୍ତେ ଜିଲ୍ଲାର ସମସ୍ତ ପୂଜାମଣ୍ଡପ ଏନ ଓ ସି (ଅନାପତ୍ତି ପ୍ରମାଣପତ୍ର) ହାସଲ କରିବା ବାଧ୍ୟତାମୂଳକ କରାଯାଇଛି ।


