ମିଟୁ ଭାଇଙ୍କ ଠାରୁ ସାବିତ୍ରୀ ଯୋଗାଡ଼ ପାଇ ଭଉଣୀମାନେ ଖୁସି
ବୁଗୁଡ଼ା (ଅନୀଲ କୁମାର ମହାରଣା): ଆମ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ସାବିତ୍ରୀ ଅମାବାସ୍ୟା ଏକ ଅତୁଟ ବନ୍ଧନ। ଏହି ପରିପ୍ରେକ୍ଷୀରେ ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଲକର ସଙ୍ଗମ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ବିଶେଷ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ(ମିଟୁ ଭାଇ) ଯୋଗଦେଇ ଦଳର କାର୍ଯ୍ୟକର୍ତ୍ତା ଭଉଣୀ, ଏମ୍ ବି କେ, ସି ଆର ପି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଓ ବ୍ୟାଙ୍କ ମିତ୍ର ଭଉଣୀ ବୃନ୍ଦଙ୍କୁ ସାବିତ୍ରୀ ଯୋଗାଡ଼ ଭାବେ ଏକ ଖଣ୍ଡ ଲୁଗା, ପୂଜା ସାମଗ୍ରୀ ସହିତ ୧୦୦ ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ଭଉଣୀମାନଙ୍କୁ ସାବିତ୍ରୀ ଭାର ବଣ୍ଟନ କରି ମୁଁ ଖୁସି ଅନୁଭବ କରିବା ସହ ଓଡ଼ିଆ ସାଂସ୍କୃତିକୁ ସମ୍ନାନ ଦେବା ପାଇଁ ଆମେ ସର୍ବଦା ତତ୍ପର ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ। ଏହି ଅବସରରେ ସାବିତ୍ରୀ ଭେଟି ପାଇଥିବା ଭଉଣୀ ମାନେ ମନ୍ତ୍ରୀଙ୍କୁ ପ୍ରିୟ ମିଟୁ ଭାଇ ବୋଲି ପ୍ରଶଂସା କରି ବହୁତ ଖୁସି ଅନୁଭବ କରି ଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବିଧାୟକ ପ୍ରତିନିଧି ହରିହର ସାହୁ, ଯୁବମୋର୍ଚ୍ଚା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ନଗର ବିଜେପି ସଭାପତି କେଦାରନାଥ ମହାରଣା, ଏନ୍ ଏ ସି ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ସୁନୀଲ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରଦୀପ ସାହୁ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ।


