ରାମ ମନ୍ଦିରରେ ସୀତା ବିବାହ କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଇପୁରସ୍ଥିତ ରାମ ମନ୍ଦିରରେ ସୀତା ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରଭାତ ମଙ୍ଗଳ ଆରତୀ, ବାଲ୍ୟ ନୈବିଦ୍ୟ, ବର ନିମନ୍ତ୍ରଣ, ଦିଅଁ ମଙ୍ଗଳା, ବୈବାହିକ କାର୍ଯ୍ୟ, ଲାଜା ହୋମ, ବାଣ ରୋଷଣୀରେ ବରକନ୍ୟାଙ୍କର ନଗର ପରିକ୍ରମା, ଶେଷରେ ବରକନ୍ୟାଙ୍କ ରାତ୍ରୀ ଯାପନ କାର୍ଯ୍ୟ ସମାପନ ହୋଇଥିଲା । ଏଥିରେ କର୍ତ୍ତା ଭାବେ ରବିନ୍ଦ୍ର କୁମାର ପଣ୍ଡା, କର୍ତ୍ତୀ ଭାବେ ସଶ୍ମିତା ପଣ୍ଡା ଦାୟୀତ୍ୱ ତୁଲାଇଥିଲେ । ପଣ୍ଡିତ ପଦ୍ମନାଭ ପଣ୍ଡାଙ୍କ ଦ୍ୱାରା ବୈବାହିକ କାର୍ଯ୍ୟ ଓ ପୂଜକ ପଦ୍ମନାଭ ନନ୍ଦ ଓ ବିଜୟ କୁମାର ପଣ୍ଡାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଥିରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜଗନ୍ନାଥ ନାୟକ, କିଶୋର ସେନାପତି, ଜଗବନ୍ଧୁ ସାହୁ, ପରମେଶ୍ୱର ସେନାପତି, ଅନନ୍ତ ସେନାପତି, ରାହୁଲ କୁମାର ପଣ୍ଡା, ରାଜେଶ କୁମାର ପଣ୍ଡା, ପ୍ରଶାନ୍ତ କୁମାର ସେନାପତିଙ୍କ ସମେତ ଗ୍ରାମବାସୀୀ ମାନେ ସହଯୋଗ କରିଥିଲେ ।


