ଦକ୍ଷତା ବିକାଶ -ନିଯୁକ୍ତି-ସାମାଜିକ ସୁରକ୍ଷା-ବନାଗ୍ନିନିରାକରଣସଚେତନତା ଶିବିର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ବାଂଶପାଳ ଅନ୍ତର୍ଗତ କୋଡିପସା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦୁଝର ବନଖଣ୍ଡ -ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ମିଳିତ ଉଦ୍ୟମ ରେ ଏକ ଦକ୍ଷତା ବିକାଶ-ନିଯୁକ୍ତି -ଶ୍ରମ କାର୍ଡ ତଥା ବନାଗ୍ନି ନିରାକରଣ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ସଭା ରେ ଗ୍ରାମପଞ୍ଚାୟତ ଅଧିନସ୍ଥ ୨ ଟି ବନ ସୁରକ୍ଷା ସମିତି ଯଥା କୋଡିପସା ଓ ଜାମୁଡିହା ଏବଂ କଂସ, କୁଣ୍ଢେଇ, ଘୁଙ୍ଗୀ, ଦୁଆରଶୁଣୀ, ତୋରାଣୀପାଣି ଓ ଟାଙ୍ଗରପଡା ଗ୍ରାମରୁ ପାଖାପାଖି ୬୫୦ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲେ। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ସହକାରୀ ଶ୍ରମ ଅଧିକାରୀ ଗୌର ଗୋପାଳ ବେହେରା ଶ୍ରମ କାର୍ଡର ପଂଜୀକରଣ ଓ ସୁବିଧା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। କେନ୍ଦୁଝର ବନଖଣ୍ଡ କାର୍ଯ୍ୟାଳୟରୁ ନିର୍ମଳ କୁମାର ସାହୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବନାଗ୍ନି ନିବାରଣ ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟରୁ ବିଜୟାଲକ୍ଷ୍ମୀ ନାଏକ ଉପଲବ୍ଧ ବିଭିନ୍ନ ମାଗଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। କୋଡିପସା ସରପଞ୍ଚ ଲକ୍ଷ୍ମୀପ୍ରିୟା ମୁଣ୍ଡା, ବନରକ୍ଷୀ ସ୍ୱାଗତିକା ପଟ୍ଟନାୟକ ଓ ସହଯୋଗୀ, କେନ୍ଦୁଝର ବନଖଣ୍ଡ ସମାଜବିତ୍ ଜୟପ୍ରକାଶ ପୃଷ୍ଟି, ଆମ ଜଙ୍ଗଲ ଯୋଜନର ଟିମ୍ ଲିଡର ଉଦୟ ନାଥ ହୋ ଓ ସହଯୋଗୀ ସୁଶାନ୍ତ ବେହେରା, ଗୋପବନ୍ଧୁ ମହାନ୍ତ ଏବଂ ସ୍ଥାନୀୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ପାଖାପାଖି ୬୧୬ଟି ଶ୍ରମକାର୍ଡ ଓ ୨୬ଟି ଦକ୍ଷତା ବିକାଶ ପଂଜୀକରଣ ହୋଇଥିଲା। ଅତି ଶୀଘ୍ର ପଂଜୀକୃତ ଶ୍ରମକାର୍ଡ ଓ ଦକ୍ଷତା ବିକାଶ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଖାପାଖି ସମସ୍ତ ଗ୍ରାମ ପଞ୍ଚାୟତରେ ଏହିପରି ସଚେତନତା ଶିବିର ଆୟୋଜନ କରାଯାଇ ଶ୍ରମକାର୍ଡ ଓ ନିଯୁକ୍ତିର ସୁଯୋଗ ପହଞ୍ଚାଇବାକୁ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡ଼ି ଲକ୍ଷ୍ୟ ରଖିଛନ୍ତି।