ଦକ୍ଷତା ବୃଦ୍ଧି କର୍ମଶାଳା

ଛତ୍ରପୁର (ଓ୍ବାଇଏନଏସ) : ବିକଶିତ ଓଡିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ପାଇଁ ସହରାଂଚଳର ବିକାଶ ଅପରିହାର୍ଯ୍ୟ । ସହରାଂଚଳ ମାନଙ୍କର ବିଭିନ୍ନ କ୍ଷେତ୍ରରେ ବିକାଶ ହୋଇପାରିଲେ ବିକଶିତ ଓଡିଶା ଓ ବିକଶିଥ ଭାରତ ଗଠନ ହୋଇପାରିବ । ସହରାଂଚଳରେ ପାନୀୟ ଜଳ, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛତା, ପରିମଳ ଆଦି କ୍ଷେତ୍ରରେ ଯେପରି ଆହୁରି ଅଧିକ ବିକାଶ ହୋଇପାରିବ ସେଥିଲାଗି ବୁଧବାର ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ୟୁଏଲବି ଗୁଡିକର ଜନପ୍ରତିନିଧି ମାନଙ୍କ ଦକ୍ଷତା ବୃଦ୍ଧି ଓ କାର୍ଯ୍ୟ ଶୈଳୀର ଉନ୍ନତି କରଣ କରିବା ନିମନ୍ତେ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର ମେୟର, ଡେପୁଟି ମେୟର, କୋର୍ପରେଟର, ହିଞ୍ଜିଳିକାଟୁ ମୁନିସିପାଲଟି ଓ ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ/ ଅଧ୍ୟକ୍ଷା, ଉପାଧ୍ୟକ୍ଷ/ ଉପାଧ୍ୟକ୍ଷା ଏବଂ କାଉନସିଲର ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସହରାଂଚଳ ଗୁଡିକରେ ଚାଲିଥିବା ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସଠିକ୍ ଭାବେ କାର୍ଯ୍ୟକାରି କରିବା ଓ ସେଗୁଡିକୁ ହିତାଧିକାରୀ ମାନଙ୍କ ପାଖରେ ପହଂଚାଇବା, ବିକଶିତ ଓଡିଶା ୨୦୩୬, ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ, ପରିଷଦ ଓ ୟୁଏଲବିର ଭୂମିକା, ଦକ୍ଷତା ବୃଦ୍ଧି, ଗଠନ ଓ କାର୍ଯ୍ୟ ଓ ସୁଶାସନ, ପରିମଳ, ରାଜସ୍ୱ ଆଦାୟ, ବାସ ଯୋଗ୍ୟ ସହର ମିଶନ୍‌, ସମ୍ପ୍ରଦାୟ ସହରାଂଚଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳାଇ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ ବିଏମସି କମିଶନର ପ୍ରଥମେଶ ଅରବିନ୍ଦ ରାଜ ଶିକ୍ରେ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦେବଦତ୍ତ ପଣ୍ଡା, ଡେପୁଟି କମିଶନର ଆଶୀର୍ବାଦ ପରିଡା, ଆସ୍କା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ରମ୍ଭା ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶାଲତା ରଚନାମାଳା, ସୁଜିତ କୁମାର ଭଟ୍ଟମିଶ୍ର, ଡୁଡା କାର୍ଯ୍ୟାଳୟ ର ସବ୍ୟସାଚୀ ପ୍ରଧାନ, ବି. ସନ୍ଦୀପ କୁମାର, ସୁଚିତ୍ରା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟ ନେଇ ସମସ୍ତଙ୍କୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ