ପ୍ରହସନ ପାଲଟିଛି ସ୍ମାଟ ସ୍କୁଲ ଶିକ୍ଷା :ନାହାନ୍ତି ଶିକ୍ଷକ,କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ
କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ରାଜ୍ୟ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରିଛନ୍ତି।କିନ୍ତୁ ସବୁ ଯୋଜନା ବିଗିଡି ଯାଇଛି।ଛାତ୍ର ଛାତ୍ରୀଙ୍କୁ ସ୍ମାଟ ଶିକ୍ଷା ପ୍ରଦାନ କରିବା ପାଇଁ ତତ୍କାଳୀନ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ସ୍ମାଟକ୍ଲାସ ରୁମ୍ ପ୍ରତିଷ୍ଠା କଲେ। ସ୍ମାଟ ଶିକ୍ଷାକୁ ଅଗ୍ରାଧିକାର ଦେବା ପାଇଁ ୫ଟି ଯୋଜନାରେ ବିଭିନ୍ନ ସ୍କୁଲରେ କମ୍ପୁଟର ଲାଗିଲା। ହେଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଏହି ଯୋଜନା ପ୍ରହସନ ପାଲଟିଥିବା ପରି ଲାଗୁଚି।କାରଣ ଏହି ବ୍ଲକର କମ୍ପୁଟର ଥିବା ବିଦ୍ୟାଳୟ ରେ କମ୍ପୁଟର ଶିକ୍ଷକ ନାହାନ୍ତି। କମ୍ପୁଟର ଶିକ୍ଷକ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ହାଇସ୍କୁଲ କୁ କମ୍ପୁଟର କିଣିବା ପାଈଁ ଅନୁଦାନ ଦେବା ସହ କମ୍ପୁଟର ଶିକ୍ଷକ ନିଯୁକ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କମ୍ପୁଟର ଶିକ୍ଷକ ମାନଙ୍କୁ ସରକାର ବାହାର କରି ଦେଇଥିଲେ। ଫଳରେ ଚାକିରୀ ପାଇବା ଆଶାରେ ସହ ସହ ଶିକ୍ଷକ ଙ୍କ ଭାଗ୍ୟ ସହିତ ସରକାର ଖେଳ ଖେଳିଥିଲେ।ଚାକିରୀ ଆଶା ରେ ୫ବର୍ଷ ଶିକ୍ଷକ ନିଯୁକ୍ତି ପାଇବା ପରେ ସେମାନଙ୍କୁ ବାହାର କରିବା ଯୋଗୁଁ ଅଧିକାଂଶ ପରିବାର ଦରିଦ୍ରତା ଆଡକୁ ଗତି କରିଥିଲା। ଏହା ପରେ ସରକାର ପ୍ରତ୍ୟେକ ସ୍କୁଲ କୁ ଫାଇଭି -ଟି ରେ ସାମିଲ କରି ଛାତ୍ର, ଛାତ୍ରୀଙ୍କୁ କମ୍ପୁଟର ଶିକ୍ଷା ବାଧ୍ୟତାମୂଳକ ବୋଲି ଘୋଷଣା କରିଥିଲେ। ସ୍କୁଲ କୁ ୧୫ଟି କମ୍ପୁଟର ଯୋଗାଇବା ପରେ ଚୁପ ବସିଥିଲେ ସରକାର। କେବଳ ଧର୍ମକୁ ଆଖି ଠାର ନ୍ୟାୟରେ କମ୍ପୁଟର ଯୋଗାଣ କରି କାମ ସାରି ଦିଆଯାଇଛି। ନାଁ କମ୍ପୁଟର ଶିକ୍ଷକ ନିଯୁକ୍ତି କଲେ କି ଛାତ୍ର, ଛାତ୍ରୀ କମ୍ପୁଟର ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଲେ। ଏବେ କମ୍ପୁଟର ସବୁ ପଡି ପଡି ଖତ ହେଉଛି।ଏ ନେଇ ଛାତ୍ର ଛାତ୍ରୀ ଅଭିଭାବକ ମହଲରେ ଅଶୋନ୍ତସ ପ୍ରକାଶ ପାଇଛି। ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧୀନ କିଛି ହାଇସ୍କୁଲ ସହ କିଛି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କମ୍ପୁଟର ଶିକ୍ଷା ପାଇଁ କମ୍ପୁଟର ଯୋଗାଇ ଦିଆଯାଇଥିଲା। ବିଭିନ୍ନ ବିଦ୍ୟାଳୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବ୍ୟୟ କରାଯାଇ କମ୍ପୁଟର ଶିକ୍ଷା ଆରମ୍ଭ ହୋଇଥିଲା। କିଛି ବର୍ଷ ପୂର୍ବେ ଆଇସିଟି ସ୍କୁଲ କୋର୍ଡିନେଟର ବା କମ୍ପୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହି କମ୍ପୁଟର ଶିକ୍ଷକ ମାନଙ୍କୁ ୨୦୧୯ଜାନୁଆରୀ ରେ ୨ଟି ପର୍ଯ୍ୟାୟ ରେ ଛଟେଇ କରି ଦିଆଗଲା। ଆଜି ପର୍ଯ୍ୟନ୍ତ ଉକ୍ତ ଶିକ୍ଷକ ମାନଙ୍କୁ କିମ୍ବା ତାଙ୍କ ବଦଳରେ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଗଲା ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର କମ୍ପୁଟର, ଜେନେରେଟର ଆଦି ବିଭିନ୍ନ ସରଞ୍ଜାମ ଖତ ଖାଉଥିବା ଦେଖିବାକୁ ମିଳିଛି। କମ୍ପୁଟର ଶିକ୍ଷାରୁ ବଂଚିତ ହେଉଛନ୍ତି ଛାତ୍ର ଛାତ୍ରୀ।କମ୍ପୁଟର ଶିକ୍ଷକ ନଥିବାରୁ ସ୍କୁଲର ବିଭିନ୍ନ କାର୍ଯ୍ୟ ଫର୍ମ ଫିଲଅପ, ମଧ୍ୟାହ୍ନ ଭୋଜନ ତଥ୍ୟ ଛାତ୍ର ଛାତ୍ରୀ ଙ୍କ ତଥ୍ୟ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇ ପାରୁନାହିଁ। ଅନେକସ୍କୁଲରେ ପରିସ୍ଥିତି ଦେଖା ଦେଇଥିଲେ ମଧ୍ୟ ସବୁ ଜାଣି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ଶିକ୍ଷା ବିଭାଗ। ଏବେ ସ୍କୁଲ ରେ ଛାତ୍ର, ଛାତ୍ରୀ କମ୍ପୁଟର ଶିକ୍ଷାରୁ ବଂଚିତ ହୋଇଛନ୍ତି। ନେତା ମନ୍ତ୍ରୀଙ୍କ ଚେଲା ଚାମୁଣ୍ଡା, କୁଜି ନେତା ଓ ସରକାରୀ କର୍ମଚାରୀ ମାନେ ମିଶି କମ୍ ଟଙ୍କାରେ କମ୍ପୁଟର ଯୋଗାଣ କରିଥିବାରୁ କମ୍ପୁଟର ସବୁ ଅଚଳ ହୋଇପଡିଥିବା କୁହାଯାଉଛି। ସେତିକି ନୁହେଁ ଫାଇଭି -ଟିରେ ସ୍କୁଲକୁ ଦିଆଯାଇଥିବା ସ୍ମାଟ ବୋର୍ଡ ମଧ୍ୟ ଅନେକ ବିଦ୍ୟାଳୟ ରେ କାମ କରୁନି। ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା କିଛି ଶିକ୍ଷକ ଗୁପ୍ତ ଭାବେ ସୂଚନା ଦେଇ କହିଛନ୍ତି। ସରକାରୀ ଯୋଜନା କାହା ପାଈଁ ବୋଲି ଅଭିଭାବକ ମାନେ ସ୍ୱର ଉଠାଇଛନ୍ତି। ଛାତ୍ର, ଛାତ୍ରୀ ଙ୍କ ଭବିଷ୍ୟତ କୁ ଲକ୍ଷ୍ୟ କରି ସମସ୍ତ କମ୍ପୁଟର ସଜାଡ଼ିବା ସହିତ କମ୍ପୁଟର ଶିକ୍ଷକ ନିଯୁକ୍ତି କରିବାକୁ ଦାବୀ ହୋଇଛି। ନଚେତ ସରକାର ଙ୍କ କମ୍ପୁଟର ଶିକ୍ଷା କେବଳ ଘୋଷଣାରେ ରହିଯିବ ବୋଲି ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ମଧ୍ୟରେ ଆଲୋଚନା ହେଉଛି। ସରକାର ଘଟଣା କୁ ଗୁରୁତର ସହ ନେବାକୁ ଦାବୀ ଉଠିଛି।