ସାପ ଉଦ୍ଧାର ଏବଂ ପୁନର୍ବାସ ସମ୍ପର୍କିତ ପ୍ରଶିକ୍ଷଣ ଶିବିର

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ବନଖଣ୍ଡ ଏବଂ ସ୍ନେକ ହେଲ୍ପଲାଇନ୍ ଓଡିଶାର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ସ୍ଥିତ ଦରବାର ହଲଠାରେ ସାପ ଉଦ୍ଧାର ଏବଂ ପୁନର୍ବାସ ଉପରେ ଏକ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବନ କର୍ମଚାରୀ, ସାପ ଉଦ୍ଧାରକାରୀ, ପ୍ରଶାସନିକ ଅଧିକାରୀଙ୍କୁ ସାପ ସହିତ ମାନବ-ବନ୍ୟଜନ୍ତୁ ବିବାଦ ପରିଚାଳନା ବିଷୟରେ ତାଲିମ୍ ଦିଆଯାଇଥିଲା ।  ରାଜ୍ୟର ବିଶିଷ୍ଟ ସାପ ଧରାଳି ଶ୍ରୀ ସୁଭେନ୍ଦୁ ମଲ୍ଲିକ୍ (ସ୍ନେକ୍ ହେଲ୍ପଲାଇନ୍ ଓଡିଶା) ଏହି ପ୍ରଶିକ୍ଷଣ ପ୍ରଦାନ କରି ସୁରକ୍ଷିତ ଭାବେ ସାପ ଧରିବା, ଉଦ୍ଧାର ପ୍ରଣାଳୀ ଏବଂ ପୁନର୍ବାସ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ହରପ୍ରିୟା ନାୟକ, ବନ ବିଭାଗର କର୍ମଚାରୀ, ସାପ ଉଦ୍ଧାରକାରୀ, ମିଡିଆ ପ୍ରତିନିଧି ଏବଂ ଏନଜିଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।  ଏହି ଶିବିରରେ ସାପଙ୍କୁ ନିରାପଦ ଭାବେ ଧରି ଉପଯୁକ୍ତ ନିରାପଦ ସ୍ଥାନରେ ଛାଡିବା, ସାପ କାମୁଡ଼ା ପରେ ପ୍ରାଥମିକ ଏବଂ ଜରୁରୀ ସେବା, ସାପ-ମାନବ ବିବାଦ କମାଇବା ପାଇଁ ସାଧାରଣ ଲୋକଙ୍କ ସଚେତନତା, ବନ୍ୟଜନ୍ତୁ ସୁରକ୍ଷା ଆଇନ୍, ୧୯୭୨ ଅନୁଯାୟୀ ଆଇନଗତଦିଗସମ୍ବନ୍ଧରେଆଲୋଚନା ହୋଇଥିଲା। ଏହି ଅବସରରେ ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ମାନବ-ବନ୍ୟଜନ୍ତୁ ସଂଘର୍ଷ ହ୍ରାସ କରିବା ସହ ଏଭଳି ତାଲିମ୍ ଜନସାଧାରଣଙ୍କ ସୁରକ୍ଷା ଏବଂ ପ୍ରାଣୀ ସଂରକ୍ଷଣ ପାଇଁ ଆବଶ୍ୟକ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ