ଭୀଷ୍ମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଫ୍ୟୁଜନ ଫାଇନାନ୍ସ ଲିମିଟେଡ ପକ୍ଷରୁ ସାମାଜିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଫ୍ୟୁଜନ୍ କମ୍ପାନୀ ର ବରିଷ୍ଠ ଅଧିକାରୀ ଅମୂଲ୍ୟ କୁମାର ସାହୁ, ଅମ୍ରିତ ରାମ ଲାଲ,ମହମ୍ମଦ ଇର୍ଫାନ,ଆଞ୍ଚଳିକ ମ୍ୟାନେଜର ଇପ୍ସିତ ବିଶ୍ୱଜିତ ହରିଚନ୍ଦନ,ମଣ୍ଡଳ ପ୍ରବନ୍ଧକ ଟୁକୁନା ପାତ୍ର,ରାମଜୀ ଡିଗ୍ରୀ କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ପ୍ରମୁଖ ମଞ୍ଚାସିନ ଅତିଥି ମାନଙ୍କୁ ଶିକ୍ଷକ କୁନା ବିବାର ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ।ସଭାରେ ଉପସ୍ଥିତ ଛାତ୍ରୀ ଛାତ୍ର ବୃନ୍ଦ ଶିକ୍ଷାର ମହତ୍ତ୍ଵ ବୁଝିବା ସହ କଠିନ ପରିଶ୍ରମ କରି ବିଦ୍ୟାଧ୍ୟୟନ ରେ ବ୍ରତୀ ହେବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ। ମେଧାବୀ ଛାତ୍ରୀ ଛାତ୍ର ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଫ୍ୟୁଜନ୍ କମ୍ପାନୀ ର ନିରନ୍ତର ସହଯୋଗ ଏବଂ ଆର୍ଥିକ ସହାୟତା କୁ ବିଦ୍ୟାଳୟ ର ଅଧ୍ୟକ୍ଷ, ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ପ୍ରଶଂସା କରିଥିଲେ।ପୂର୍ବରୁ ଚିହ୍ନଟ କରାଯାଇଥିବା ବିଦ୍ୟାଳୟର ୭୬ ଜଣ ମେଧାବୀ ଛାତ୍ରୀ ଛାତ୍ର ଙ୍କ ବ୍ୟାଙ୍କ ଜମାଖାତା କୁ  ଫ୍ୟୁଜନ କମ୍ପାନୀ ପକ୍ଷରୁ ମେଧାବୃତ୍ତି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ପ୍ରମାଣ ପତ୍ର ଓ ସ୍କୁଲ ବ୍ୟାଗ ଅତିଥିବୃନ୍ଦ ବଣ୍ଟନ କରିଥିଲେ।ଶେଷରେ ଶିକ୍ଷକ ସଚ୍ଚିନ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରିୟଙ୍କା ପଣ୍ଡା,ଶୁଭସ୍ମିତା ପଣ୍ଡା,ସ୍ନିଗ୍ଧାମୟୀ ଶତପଥି, କାମେଶ୍ୱରୀ ସାହୁ,ରାଜଲକ୍ଷ୍ମୀ ସାହୁ,ଗୁରୁବାରି ବେହେରା, ଶିକ୍ଷକ ତୁଷାର କୁମାର ସାହୁ,ମନ୍ମୟ ପାତ୍ର ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଶିକ୍ଷକ  ଓ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ