ସାମାଜିକ ସୁରକ୍ଷା ବନାଗ୍ନି ନିରାକରଣ ସଚେତନତା ଶିବିର

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବୁଧବାର ଦିନ ସକାଳ ୧୦ ଘଟିକା ସମୟରେ ତରମାକାନ୍ତ ଗ୍ରାମ ପଞ୍ଚାୟତରେ କେନ୍ଦୁଝର ବନଖଣ୍ଡ -ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ମିଳିତ ଉଦ୍ୟମ ରେ ଏକ  ଦକ୍ଷତା ବିକାଶ-ନିଯୁକ୍ତି -ଶ୍ରମ କାର୍ଡ ତଥା ବନାଗ୍ନି ନିରାକରଣ ଓ ବନ୍ୟଜନ୍ତୁ ସଂରକ୍ଷଣ ସମ୍ବନ୍ଧୀୟ ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ସଭା ରେ ଗ୍ରାମପଞ୍ଚାୟତ ଅଧିନସ୍ଥ ୪ଟି ବନ ସୁରକ୍ଷା ସମିତି ତରମାକାନ୍ତ, ଶାଗପଡା, ଗୋପପୁର, ତଳବିରିକଳା, ଉପର ବିରିକଳା, ଦାଲକି ନୂଆଁଗା, ବାଲରାଇ, ଜଳଡିହି, ଚମ୍ପାଝର ଗ୍ରାମରୁ ପାଖାପାଖି ୧୩୦୦ରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇଥିଲେ।  କେନ୍ଦୁଝର ବନଖଣ୍ଡ ସମାଜବିତ୍ ଜୟପ୍ରକାଶ ପୃଷ୍ଟି ଶ୍ରମ କାର୍ଡର ପଂଜୀକରଣ ଓ ସୁବିଧା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ପ୍ରକଳ୍ପ ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ବନ୍ୟଜନ୍ତୁ ସଂରକ୍ଷଣ ଓ ବନାଗ୍ନି ନିବାରଣ ପାଇଁ ଲୋକଙ୍କୁ ଅନୁରୋଧ କରିବା ସହ ସରକାରୀ ଉପଲବ୍ଧ ବିଭିନ୍ନ ମାଗଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ବନରକ୍ଷୀ ସରୋଜ ନାଏକ, ପ୍ରକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସହଯୋଗୀ ଏବଂ ସ୍ଥାନୀୟ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ପାଖାପାଖି ୧୧୫୩ଟି ଶ୍ରମକାର୍ଡ ଓ ୧୨ଟି ଦକ୍ଷତା ବିକାଶ ପଂଜୀକରଣ ହେବାସହ ପାଖାପାଖି ୧୦୦ଟି ଚାରା ବିତରଣ କରାଯାଇଥିଲା।ଅତି ଶୀଘ୍ର ପଂଜୀକୃତ ଶ୍ରମକାର୍ଡ ଓ ଦକ୍ଷତା ବିକାଶ ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଉଛି। ଆଗାମୀ ଦିନରେ କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଖାପାଖି ସମସ୍ତ ଗ୍ରାମ ପଞ୍ଚାୟତରେ ଏହିପରି ସଚେତନତା ଶିବିର ଆୟୋଜନ କରାଯାଇ ଶ୍ରମକାର୍ଡ ଓ ନିଯୁକ୍ତିର ସୁଯୋଗ ପହଞ୍ଚାଇବାକୁ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡ଼ି ଲକ୍ଷ୍ୟ ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ