ପୁଣ୍ୟ ବାଣ୍ଟୁଛନ୍ତି ସମାଜସେବୀ ସମୀର ଚାନ୍ଦ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପୁଣ୍ୟ ବାଣ୍ଟୁଛନ୍ତି ସମାଜସେବୀ ସମୀର କୁମାର ଚାନ୍ଦ। ଶ୍ରୀବଳଦେବଜୀଉଙ୍କ କ୍ୟାଲେଣ୍ଡରକୁ ସେ ଲୋକମାନଙ୍କୁ ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ ଲୋକମାନଙ୍କ ଆତ୍ମା କିପରି ପବିତ୍ର ହେବ ସେ ନେଇ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି। କ୍ୟାଲେଣ୍ଡରେ ଥିବା ସ୍କାନର ଜରିଆରେ ଦାନ କରି ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ସେ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରୁଛନ୍ତି। ଏହି କାର୍ଯ୍ୟ ଦ୍ୱାରା ସେ ମହା ଆନନ୍ଦ ଲାଭ କରୁଥିବା ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେଜୀଉଙ୍କ ଟେବୁଲ କ୍ୟାଲେଣ୍ଡର ନିକଟରେ ଉନ୍ମୋଚିତ ହୋଇଛି। ସେଥିରେ ଶ୍ରୀବଳଦେଜୀଉ ମହାପ୍ରଭୁଙ୍କ ସମସ୍ତ ବେଶ ସହିତ ୨୦୨୬ ମସିହାର ସମସ୍ତ ବାର୍ଷିକ କାର୍ଯ୍ୟକ୍ରମ ରହିଛି। ଏହି କ୍ୟାଲେଣ୍ଡରରେ ଶ୍ରୀବଳଦେଜୀଉଙ୍କ ଦେବତ୍ତୋର ନ୍ୟାସର ଏକ ସ୍କାନର ମଧ୍ୟ ରହିଛି। କ୍ୟାଲେଣ୍ଡରରେ ଥିବା ସ୍କାନରରେ ଭକ୍ତମାନେ ଠାକୁରଙ୍କ ନାମରେ ଏକ ଟଙ୍କା ଲେଖା ଦାନ କଲେ ସେହି ଟଙ୍କା ଠାକୁରଙ୍କ ଆକାଉଣ୍ଟକୁ ଯିବ। ଏହି ସ୍କାନରକୁ ନେଇ ସମାଜସେବୀ ସମୀର କୁମାର ଚାନ୍ଦ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କ ଅନୁଷ୍ଠାନ ‘ସମୀର ଟିଭିଏସ’କୁ ଯେଉଁ ଗ୍ରାହକମାନେ ଆସୁଛନ୍ତି ସେମାନଙ୍କୁ ଶ୍ରୀ ଚାନ୍ଦ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଦେବତ୍ତୋର ନ୍ୟାସ ସ୍କାନରକୁ ୧ ଟଙ୍କା ଦାନ ଦେବାକୁ କହିଲେ ମଧ୍ୟ ଗ୍ରାହକମାନେ ଶହେ ଦୁଇଶହ ଏମିତିକି ୫ଶହ ଟଙ୍କା ମଧ୍ୟ ପଠାଇଦେଉଛନ୍ତି। ଆଗାମୀ ଦିନରେ ଶ୍ରୀଜୀଉଙ୍କ ଦେବତ୍ତୋର ସଂସ୍ଥାରୁ କ୍ୟାଲେଣ୍ଡର କିଣାଯାଇ ଜିଲ୍ଲା ଓ ଜିଲ୍ଲା ବାହାରର ସମସ୍ତ ବଡ଼ ବଡ଼ ଅନୁଷ୍ଠାନ ଗୁଡିକରେ ମାଗଣାରେ ଏହି କ୍ୟାଲେଣ୍ଡରକୁ ପ୍ରଦାନ କରାଯିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ଶ୍ରୀ ଚାନ୍ଦଙ୍କ କହିବା ଅନୁସାରେ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏହି ସ୍କାନର ମାଧ୍ୟମରେ ପ୍ରଭୁ ଶ୍ରୀଜୀଉଙ୍କ ଆକାଉଣ୍ଟକୁ ଅର୍ଥ ଯାଇପାରିବ। ଏସମ୍ପର୍କରେ ଶ୍ରୀ ଚାନ୍ଦ ଏକ ବୈଠକ କରି ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଆଗାମୀ ଦିନରେ ଏହି ସ୍କାନର ଥିବା କ୍ୟାଲେଣ୍ଡରକୁ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ୟବସାୟ ଅନୁଷ୍ଠାନରେ ଦେଖିବା ପାଇଁ ମିଳିବ ଓ ଜିଲ୍ଲା ବାହାରେ ଥିବା ଅନୁଷ୍ଠାନ ମାନଙ୍କୁ ଏହି କ୍ୟାଲେଣ୍ଡର ଶ୍ରୀଜୀଉଙ୍କ ଦେବତ୍ତୋର ନ୍ୟାସରୁ କିଣା ଯାଇ ମାଗଣାରେ ଯୋଗାଇ ଦିଆଯିବ ବୋଲି ଶ୍ରୀ ଚାନ୍ଦ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ