ସମାଜସେବୀଙ୍କ ବିୟୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ମହିପାଳ ଗ୍ରାମର ସମାଜସେବୀ ଉପେନ୍ଦ୍ର ପ୍ରସାଦ ମହାନ୍ତିଙ୍କର ୬୨ବର୍ଷ ବୟସରେ ପରଲୋକ ହୋଇଯାଇଛି। ବୁଧବାର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଝିଅ ଦିପ୍ତିମୟୀ, ପୁଅ ଓ ପରିବାର ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସ୍ୱର୍ଗତ ମହାନ୍ତି କେନ୍ଦ୍ରାପଡାର ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଅନୁଗତ ଥିଲେ। ସେ ଶେଷ ପର୍ଯ୍ୟନ୍ତ ବିଜୁଜନତା ଦଳର ଜଣେ ସଚ୍ଚାକର୍ମୀ ଓ ପରୋପକାରୀ ବ୍ୟକ୍ତି ଭାବେ ସାରା ସହରରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଧିରେନ ସାହୁ, ରଞ୍ଜିତ ସାହୁ, ରାଜେଶ ପଣ୍ଡା, ପ୍ରଦୀପ ନାୟକ, ଯଯାତି ମହାନ୍ତି, ବିଜୟ ପତି, ମହେନ୍ଦ୍ର ମିଶ୍ର, ମୀର ମୁର୍ଶିଦ, ଦିଲ୍ଲିପ ଦାଶ, କାର୍ତ୍ତିକ ପୃଷ୍ଟି, ବିଜୟ ସାହୁ, ବଂଶୀଧର ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମହିପାଳସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶର୍ନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।କଜଳା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁଅ ସନ୍ତୋଷ ମୁଖାଗ୍ନି ଦେଇଥିଲେ।