ସମାଜସେବୀଙ୍କ ବିବାହ ବାର୍ଷିକୀ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ) : ଅବସରପ୍ରାପ୍ତ ଅଡିଟର ତଥା ସମାଜସେବୀ ତ୍ରୈଲୋକ୍ୟନାଥ ପରିଡାଙ୍କ ୫୫ତମ ବିବାହ ବାର୍ଷିକୀ ଉତ୍ସବ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଧର୍ମପ୍ରକାଶ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଗରାପୁର ଭିଆଇପି ରୋଡସ୍ଥିତ ଜେ.କେ. ଡ୍ରଗହାଉସ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ଶ୍ରୀ ପରିଡାଙ୍କୁ ଫୁଲ ଓ ଚନ୍ଦନ ଦିଆଯାଇ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା। ଏହାପରେ ଶ୍ରୀ ପରିଡା କେକ କାଟି ସମସ୍ତଙ୍କୁ ଖୁଆଇଥିଲେ। ଏହି ଉତ୍ସବରେ ଅବସରପ୍ରାପ୍ତ ପୈାରନିର୍ବାହୀ ଅଧିକାରୀ ସୁରେନ୍ଦ୍ର ନାଥ ପଣ୍ଡା, ଜୀବନବୀମା କର୍ମଚାରୀ ଲକ୍ଷ୍ମୀକାନ୍ତ ଦାଶ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ରବୀନ୍ଦ୍ର ନାଥ ତ୍ରିପାଠୀ, ଜଳସେଚନ ବିଭାଗର ଅବସରପ୍ରାପ୍ତ ଇଞ୍ଜିନିଅର ଗୈାରାଙ୍ଗ ଚରଣ ପରିଡା, ଉତ୍କଳ ସମ୍ମିଳନୀ ସଭାପତି ସୁଦର୍ଶନ ମହାପାତ୍ରଙ୍କ ସମେତ ବହୁ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇ ଶ୍ରୀ ପରିଡାଙ୍କୁ ଉପଢୈାକନ, ଡାଏରୀ, କଲମ ପ୍ରଭୃତି ପ୍ରଦାନ କରି ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଜେ.କେ. ଡ୍ରଗହାଉସର ଚକ୍ରଧର ସାହୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ