ପାରିବାରିକ କଳହରୁ ସ୍ତ୍ରୀ ଓ ଶାଶୂକୁ ହାଣିଲା ଜ୍ବାଇଁ : ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗ୍ରାମରେ ଘରୋଇ ଝଗଡାର କରୁଣ ପରିଣତି ଦେଖିବାକୁ ମିଳିଛି। ଜ୍ବାଇଁର କତା ଚୋଟରେ ଶାଶୂ ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସୁଚନାରୁ ଜଣା ଯାଇଛିକି ବାଲିବରେଇ ପାତ୍ରସାହିର ହରେକୃଷ୍ଟ ନାଇକ ସେହି ଗ୍ରାମର ଗୌରୀ ପାତ୍ରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଗତ କିଛି ଦିନ ହେବ ଘରୋଇ କଳହ ଲାଗିବାରୁ ପତ୍ନୀ ଗୌରୀ ସ୍ବାମୀ ପାଖରୁ ଯାଇ ବାପ ଘରେ ରହୁଥିଲା। ତାର ଛୋଟ ପୁଅଟିକୁ ମଧ୍ଯ ଗୌରୀ ନିଜ ପାଖରେ ରଖିଥିଲା। କିନ୍ତୁ ଦୁଇ ଦିନ ତଳେ ହରେକୃଷ୍ଟ ପୁଅଟିକୁ ଜୋର୍ କରି ପାଖକୁ ନେଇଯାଇଥିଲା । ଏନେଇ ସ୍ତ୍ରୀ ଗୌରୀ ଓ ଶାଶୁ ଶ୍ରୀମତୀ ପାତ୍ର ସୋ ସୋ ଥାନରେ ଅଭିଯୋଗ କରିବାରୁ ଗତକାଲି ପୁଲିସ 6ହରେକୃଷ୍ଣ କୁ ଡ଼ାକି ଛୁଆ ଟିକୁ ମା କୁ ହସ୍ତାନ୍ତର କରିଥିଲେ। ଏଥିରେ ଉତେଜିତ ଗତକାଲି ବିଳମ୍ବିତ ରାତିରେ ହରେକୃଷ୍ଣ ଶ୍ବଶୁର ଘରକୁ ଯାଇ ନିଜ ସ୍ତ୍ରୀ ଓ ଶାଶୂ ଶୋଇଥିବା ଅବସ୍ଥାରେ ଉଭୟଙ୍କୁ ଏକ କତାରେ ହାଣି ଦେଇଥିଲା । ପାଟି ଶୁଣି ପଡ଼ୋଶୀ ମାନେ ଦୌଡି ଆସିବାରୁ ହରେକୃଷ୍ଣ ଛାଡି ପଳାଇଥିଲା। ଗାଁ ଲୋକେ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତି ପାତ୍ର ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।