କେନ୍ଦୁଝର ମାଟିର ପୁଅ ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନୀତ

 କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ମାଟିର ପୁଅ ଶୁଭମ କୁମାର ସାହୁ ମାନବ ସମ୍ପଦ ବ୍ୟବସ୍ଥାପନ ଓ ସାମାଜିକ କାର୍ଯ୍ୟ ପାଇଁ ଓଡ଼ିଶା ଗୌରବ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।ଜଣେସମର୍ପିତସାମାଜିକ କର୍ମୀ ଭାବେ ଉଦାହରଣ ହୋଇ ସମଗ୍ର ଯୁବବର୍ଗ ପାଇଁ ପ୍ରେରଣା ସାଜିଛନ୍ତି।ଗତ ମଇ୨୦ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ବରସ୍ଥ ଜୟଦେବ ଭବନରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏକ ସ୍ବତନ୍ତ୍ର ଉତ୍ସବ ଅବସରରେୱାର୍ଲ୍ଡଚାରିଟିଫାଉଣ୍ଡେସନ କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ ଶୁଭମ କୁମାର ସାହୁଙ୍କୁ ମାନବ ସମ୍ପଦ ବ୍ୟଵସ୍ଥାପନ ଓ ସାମାଜିକ କାର୍ଯ୍ୟ ପାଇଁ ଓଡିଶା ଗୌରବ ସମ୍ମାନରେ ସମ୍ମାନୀତ କରିଛି। ଶୁଭମ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡର କାଳିକାପ୍ରସାଦ ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେଏବେକେନ୍ଦୁଝରସଦରମହକୁମା ଧାଙ୍ଗରପଡା ଅରୋ ବିହାରରେ ନିଜ ପରିବାର ସହ ବାସ କରୁଛନ୍ତି। ଶୁଭମହେଉଛନ୍ତିଜିଲ୍ଲାରଅବସରପ୍ରାପ୍ତ ସ୍ୱନାମଧନ୍ୟ ବିଜ୍ଞାନ ଓ ଗଣିତ ଶିକ୍ଷକ ସନାତନ ସାହୁ ଓ ଆଶାମଣୀ ସାହୁଙ୍କ ନାତି ଏଵଂ ଅବସରପ୍ରାପ୍ତ ନୌସେନା ଅଧିକାରୀ ଅର୍ଜୁନ ଚରଣ ସାହୁ ଓ ଉଷାରାଣୀ ସାହୁଙ୍କ ପୁଅ। ଶୁଭମ ବର୍ତ୍ତମାନ କାଶଭି ଗ୍ରୁପ ଅଫ କମ୍ପାନୀଜ ରେ ଚାକିରୀ କରି ଏଚ ଆର ଆଣ୍ଡ ଆଇ ଆର  ବିଭାଗର ନେତୃତ୍ୱ ନେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ