ସୌମ୍ୟାଶ୍ରୀ ମୃତ୍ୟୁଘଟଣା: ଆର୍‍ଡିସି କାର୍ଯ୍ୟାଳୟ ଘେରାଉକୁ ପାଇଁ ବିଜେଡିର ପ୍ରସ୍ତୁତି

ଆସିକା  (ୱାଇଏନ୍‍ଏସ୍‍) :ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସାଙ୍ଗକୁ ମୃତା ଛାତ୍ରୀଙ୍କ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍‍ ସୋମବାର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ଆର୍‍ଡିସି) କାର୍ଯ୍ୟାଳୟକୁ ଘେରାଉ କରାଯିବାର କାର୍ଯ୍ୟକ୍ରମ ରହିଛି । ବିଜୁ ଜନତା ଦଳର ଆହ୍ୱାନକ୍ରମେ ଆସନ୍ତାକାଲି ବ୍ରହ୍ମପୁରରେ ଅନୁଷ୍ଠିତ ହେବାକୁ ଥିବା ଆର୍‍ଡିସି କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ଯେପରି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଧିକରୁ ଅଧିକ ଦଳୀୟ ନେତା ଓ କର୍ମୀ ଯୋଗଦେଇପାରିବେ ତାହାକୁ ଦୃଷ୍ଟିରେ ରଖି ରୂପରେଖ ପ୍ରସ୍ତୁତ କରିବା ସକାଶେ ରବିବାର ଅପରାହ୍ନରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ପରିଚାଳନା ପରିଷଦର ସଭାପତି ମଙ୍ଗୁଳଧର ସାହୁ, ବିଜେଡି ନେତ୍ରୀ ଏମ୍‍.ରଶ୍ମିତା ସେନାପତି ଓ ଜୟନ୍ତୀ ବିଷୋୟୀ ପ୍ରମୁଖ ଯୋଗଦେଇ ରାଜ୍ୟର କେତେକ ଅଞ୍ଚଳରେ ବିଗତ କିଛି ମାସ ମଧ୍ୟରେ ବଢୁଥିବା ବଳତ୍କାର ଓ ହତ୍ୟାଜନିତ ଘଟଣା ସହିତ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣା ସାରା ବିଶ୍ୱରେ ଓଡିଶାର ଛବିକୁ କଳଙ୍କିତ କରିଦେଇଛି । ନିର୍ଯ୍ୟାତନାର ଶୀକାର ହୋଇ ନ୍ୟାୟ ପାଇଁ ଲଢେଇ କରି ଶେଷରେ ଜୀବନଯୁଦ୍ଧରେ ହାରିଯାଇଥିବା ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ମେଧାବୀ ସାହସୀ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରି ଏହି ଘଟଣାରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ ଦାବୀ କରିଥିଲେ । ବିଜୁ ଜନତା ଦଳ ପକ୍ଷରୁ ଆସନ୍ତାକାଲି ବ୍ରହ୍ମପୁରରେ ହେବାକୁ ଥିବା ଆର୍‍ଡିସି କାର୍ଯ୍ୟାଳୟ ଘେରାଉକୁ ସଫଳ ପାଇଁ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଅମୂଲ୍ୟ କୁମାର ଉପାଧ୍ୟାୟ, ଜୟନ୍ତୀ ବେହେରା, ତ୍ରିନାଥ ବେହେରା, ତାରିଣୀ ଦାଶ, ଦେବରାଜ ନାୟକ, ଭରତ ନାହାକ, କିଶୋର ପ୍ରଧାନ, ରାମହରି ପ୍ରଧାନ, କୈଳାଶ ଚନ୍ଦ୍ର ପ୍ରଧାନ, କାହ୍ନୁଚରମ ପାତ୍ର, ରଂଜନ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ମହାରଣା, ପ୍ରତାପ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ରାଉତ, ଟୁକୁନା ନାହାକ, ସୁନିଲ୍‍ କୁମାର ନାୟକ, ସୁମନ୍ତ ପାତ୍ର, ନରେନ୍ଦ୍ର ନାହାକ, ସନାତନ ବିଶ୍ୱାଳ, ବାପିନା ଜେନା, ଶ୍ୱେତବସନ୍ତ ଲେଙ୍କା, କେ.ରବିନ୍‍ କୁମାର ପାତ୍ର, କେଶବ ଦାଶ, ବିମଳ ପ୍ରଧାନ, କାହ୍ନୁଚରଣ ଦଳେଇ, ସାଗର ପାତ୍ର, ପ୍ରଭାତ ନାହାକ, ବିଭୁତି ପ୍ରଧାନ, ରାଜେନ୍ଦ୍ର ବେହେରା, ସୁରେନ୍ଦ୍ର ରେଡି, ସନ୍ତୋଷ ମହାନ୍ତିଙ୍କ ସମେତ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରରୁ ବହୁ ଦଳୀୟ ନେତା, କର୍ମୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ