ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ବୁଗୁଡା ଗସ୍ତ
ବୁଗୁଡ଼ା,(ଅନୀଲ କୁମାର ମହାରଣା): ଜୁନ ୧୨ ତାରିଖ ଦିନ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୁପମ ରୋଶନ ସାହୁ ବୁଗୁଡା ଗସ୍ତରେ ଆସିଥିବା ଜଣାପଡିଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସାମିଲ ଥିଲେ। କମିଶନର ଶ୍ରୀମତୀ ସାହୁ ପ୍ରଥମେ ବୁଗୁଡ଼ା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିବା ବେଳେ ତହସିଲଦାର ତାପସ ରାଉତ ସ୍ୱାଗତ କରିଥିଲେ। ଆରଡିସି ଶ୍ରୀମତୀ ସାହୁ ତହସିଲ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର ଯାଞ୍ଚକରି ସମୀକ୍ଷା କରିଥିଲେ l ତହସିଲ ଅଫିସ ସମୀକ୍ଷା ପରେ ବୁଗୁଡା ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ସକାଶେ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ସେଠାରୁ ଫେରି ଆରଡିସି ଶ୍ରୀମତୀ ସାହୁ ବୁଗୁଡା ସବ-ରେଜିଷ୍ଟାର ଅଫିସ ପରିଦର୍ଶନ କରିଥିଲେ। ଆରଡିସିଙ୍କ ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଶ୍ରୀ ବେହେରା, ବୁଗୁଡ଼ା ତହସିଲଦାର ଶ୍ରୀ ରାଉତ ଓ ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଉପସ୍ଥିତ ଥିଲେ।