ପୂର୍ବତନ ମନ୍ତ୍ରୀଙ୍କ ଦ୍ଵାରା କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟନ

ପୋଲସରା(ଅନୀଲ କୁମାର ମହାରଣା): ପୋଲସରା ବ୍ଲକ୍ ଚିରିକିପଡ଼ା ଶାସନ ଗ୍ରାମ ବାଲୁଙ୍କେଶ୍ବର ଖେଳ ପଡ଼ିଆରେ ଆୟୋଜିତ ବାଲୁଙ୍କେଶ୍ୱର ଏକ ଦିବସୀୟ ହଙ୍ଗାମା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ବାଲୁଙ୍କେଶ୍ବର ଯୁବକ ସଂଘ ତରଫରୁ ଅଞ୍ଚଳର ୮ ଗୋଟି ଦଳକୁ ନେଇ ଏକ ଦିବସୀୟ ୫ ଓଭର ବିଶିଷ୍ଟ ହଙ୍ଗାମା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହାସହିତ ଖେଳାଳି ମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ଭଲ ଖେଳ ପ୍ରଦର୍ଶନ କରି ଅଞ୍ଚଳ ପାଇଁ ଗୌରବ ଆଣିବା ପାଇଁ ପରାମର୍ଶ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ରୂପେ ବାସୁଦେବ ନାୟକ, ପୃଥିବୀରାଜ ନାୟକ, ତିର୍ଥ ନାୟକ, ତୁତୁନୁ ପ୍ରଧାନ, ସାଗର ସାହୁ, ରାଜିବ ସାହୁ ଉପସ୍ଥିତ ଥିଲେ। ଚିରିକିପଡା ଶାସନ, ଗୋଠଳି, ବରଗାଁ, ବର୍ତ୍ତିନୀ, ନାତୁଣୀ ବାଡ଼ି, ବୋରସିଙ୍ଗ, ବଉଦିଆପଲ୍ଲୀ, ଚି.ଶାସନ ସିକ୍ସର ଇଲେଭେନ ଭାଗ ନେଇଥିବା ବେଳେ ବୋରସିଙ୍ଗ ଦଳ ବିଜୟ ଓ ଚିରିକିପଡା ଶାସନ ଦଳ ଉପବିଜେତା ହୋଇଥିଲେ। ଶିବଶଙ୍କର ସ୍ବାଇଁ, ରିତେଶ ପ୍ରଧାନ, ଅନୁପ ସେଠୀ, ଦିପକ ସାହୁ, ଆଲୋକ ମହାପାତ୍ର ସମେତ ବାଲୁଙ୍କେଶ୍ବର ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ