ସହାରଚଂଳ ଗରିବଙ୍କ ପାଇଁ ସ୍ୱତନ୍ତ୍ର ପ୍ରୟାସ ‘ସହଯୋଗ’ ଶୁଭାରମ୍ଭ
ଛତ୍ରପୁର (ଓ୍ବାଇଏନଏସ) : ସହଯୋଗୀ ସାଜିବ ସହଯୋଗ । ସହାରଚଂଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସରଙ୍କୁ ସରକାରୀ ଯୋଜନାଗୁଡିକସହ ଯୋଡିବାର ଅନନ୍ୟ ପ୍ରୟାସ ରାଜ୍ୟରେ ଶୁଭାରମ୍ଭ ହୋଇଛି । ଏହାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଶୁଭାରମ୍ଭ କରିଥିଲେ । ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ୮ଟି ଜିଲାର ପୈାରାଚଂଳରେ ଘରକୁ ଘର ସର୍ଭେ କରାଯିବ । ଗଞ୍ଜାମ, କଟକ, କେଉଁଝର,ଖୋର୍ଦ୍ଧା,ମୟୁରଭଞ୍ଜ,ସମ୍ବଳପୁର,ସୁନ୍ଦରଗଡ ଓ ଭଦ୍ରକ ଜିଲାର ରହିଛି । ଏହି ସର୍ଭେରେ ୧୩ଟି ଯୋଜନାରେ ବଂଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ପଞ୍ଜିକୃତ କରାଯିବ । ମେ ଓ ଜୁନ ଏହି ଦୁଇ ମାସ ଧରି ସର୍ଭେ କାର୍ଯ୍ୟ କରାଯିବ । ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ ଆର୍ଥିକ ଅନଗ୍ରସରଙ୍କ ଜୀବନ ଶୈଳିରେ ଉନ୍ନତି ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି । ଏହାକୁ ସୁନିଶ୍ଚିତ କରିବାରେ ‘ସହଯୋଗ’ ସହାୟକ ହେବ । ୧୩ଟି ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତା, ଇ.ଶ୍ରମ ପୋଟ୍ରାଲ ପଞ୍ଜିକରଣ, ସୁକନ୍ୟା ସମୃଦ୍ଧି ଯୋଜନା, ବିଶ୍ୱକର୍ମା ଯୋଜନା, ଆୟୁସ୍ମାନ ଭାରତ, ଶ୍ରମ କାର୍ଡ,ଭିନ୍ନକ୍ଷମ ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ସୁଭଦ୍ରା ଯୋଜନା,ରାସନକାର୍ଡ,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା,ଗରିମା ଓ ଉଜ୍ଜଳା ଯୋଜନା ରହିଛି । ଏନେଇ ଜିଲାସ୍ତରୀୟ ଏକ କମିଟି ଗଠନ କରାଯିବ । ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଚାଂଇବ ଏହି ସହଯୋଗ । ଏହି ଅବସରରେ ଛତ୍ରପୁର ସ୍ଥିତ ଓସ୍ୱାନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଡୁଡା ପିଡି ଦେବଦତ ପଣ୍ଡା, ଛତ୍ରପୁର ଏନଏସି ଅଧକ୍ଷା ଶ୍ରମିଷ୍ଠା ପ୍ରଧାନ,ଉପଧକ୍ଷ ଜି.ପାପା ରାଓ, ଏନଏସି ନିର୍ବାହି ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।