ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ସ୍ଵତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭାରତୀୟ ଜ୍ଞାନ ପରମ୍ପରାରେ କର୍ମଯୋଗ’ ଶୀର୍ଷକ ଏହି ସ୍ବତନ୍ତ୍ର ଆଧ୍ୟାତ୍ମିକ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶ୍ୱ ବୈଷ୍ଣବ ସଂଘର ଉପସଭାପତି ତଥା ଶ୍ରୀକୃଷ୍ଣ ଚୈତନ୍ୟ ମିଶନ୍ ର ସଭାପତି ଶ୍ରୀ ତ୍ରିଦଣ୍ଡୀ ସ୍ବାମୀ ଭକ୍ତି ବିଚାର ବିଷ୍ଣୁ ଗୋସ୍ୱାମୀ ମହାରାଜ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ପୁଷ୍ପ ଅର୍ପଣ ପୂର୍ବକ ଉଦଘାଟିତ ହୋଇଥିଲା। ନିଜ ବକ୍ତବ୍ୟରେ ମୁଖ୍ୟ ଅତିଥି ମଣିଷର ଚେତନାର ତିନିଟି ସ୍ତର ଜାଗ୍ରତ, ନିଦ୍ରା ଓ ସୁଷୁପ୍ତି ସମ୍ପର୍କରେ ସୂଚନା ଦେବା ସହ ଈଶ୍ବରଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖି ନିଜର କର୍ମ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସେ ନିଜର ବକ୍ତବ୍ୟ ଶେଷରେ ଛାତ୍ରଛାତ୍ରୀଙ୍କର ଅନେକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ ସଂଯୋଜନା କରିଥିବା ବେଳେ ଶ୍ରୀ ଅଶୋକ ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଦର୍ଶନ ବିଭାଗ ମୁଖ୍ୟ ଡ. ଯତୀନ୍ ବିଷୋୟୀ, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ପ୍ରମୁଖ ମଞ୍ଚାସୀନ ହେବା ସହଭାରତୀୟ ଜ୍ଞାନ ପରମ୍ପରାରେ କର୍ମଯୋଗର ଉପାଦେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ଆଇ.କ୍ୟୁ.ଏ.ସି ସଂଯୋଜକ ଡ. ଗୌତମ ସାବତ, ଅଧ୍ୟାପିକା ସୁଶ୍ରୀ ସ୍ୱର୍ଣ୍ଣଲତା ବିଷୋୟୀ, ଅଧ୍ୟାପକ ଚିନ୍ମୟ ରାଉତ, କର୍ମଚାରୀ ଜଗନ୍ନାଥ ଚୌଧୁରୀ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହା ସହ କାର୍ଯ୍ୟକ୍ରମ ଅବସରରେ ବିଶ୍ୱ ବୈଷ୍ଣବ ସଂଘର ବହୁ କର୍ମକର୍ତ୍ତା ତଥା କ୍ରିଷ୍ଣା ଦାସ, ମଥୁରା ଦାସ, ସଦାନନ୍ଦ ଦାସ,ଜୁରିଆ ଦାସ, ବିଶ୍ଵଧର ଦାସ,ଆଦି କୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ରହିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଛାତ୍ରଛାତ୍ରୀ ପ୍ରତିନିଧି ତଥା ରଶ୍ମି, ସ୍ୱାତୀ,ସିମ୍ରନ,ଲିପ୍ସା, ଓମ,ଆଶୀର୍ବାଦ, ସମୀର, କୁନାଲ, ମାନସୀ, ଧନଶ୍ରୀ ପ୍ରମୁଖଙ୍କ ସହ ଶତାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ