ମୁନିଗୁଡା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ପଞ୍ଚାୟତ ସମିତି ସଦଭାବନା ସଭାଗୃହ ପରିସରରେ ପଞ୍ଚାୟତ ସମିତିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧକ୍ଷା ଦୁଃଖିନୀ ନୁନ୍ଦ୍ରୁକାଙ୍କ ସଭାପତିତ୍ୱ ଓ ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଅତିଥିଭାବେ ଜିଲ୍ଲାପରିଷଦ ଉପାଦକ୍ଷ ସନ୍ତୋଷ ସୁନା, ଜିଲ୍ଲାପରିଷଦ ସଭ୍ୟା ମାଧବୀ କନ୍ଦପାଣି,ବ୍ଲକ ଉପାଦକ୍ଷ ଆଦର୍ଶ କୁସୁଲିଆ,ସାଂସଦ ପ୍ରତିନିଧି ରଜନୀକାନ୍ତ ପଡାଲ,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବୈଠକର ଶୁଭାରମ୍ଭ କରିଥିଲେ l ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମନୋରଞ୍ଜନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ ବିଡ଼ିଓ ଶ୍ରୀ ଦଳପତି ଏହି ବୈଠକର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟସଭ୍ୟା ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ବୁଝାଇଥିଲେ l ଏଥିସହ ପଞ୍ଚାୟତ ସମିତିର ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ବିଭିନ୍ନ ପଞ୍ଚାୟତ ନିମନ୍ତେ ଗମନାଗୋମନ ଓ ଇନୋଭେଟିକ କାର୍ଯ୍ୟ ଉପରେ ଏବଂ ଶିକ୍ଷା,ସ୍ୱାସ୍ଥ୍ୟ, ଗ୍ରାମୀଣ ଗୃହ ନିର୍ମାଣ,ଏମଜିଏନଆରଇଜିଏ,ପେନସନ, ପିଡ଼ିଏସ ଉପରେ ଆଲୋଚନା କରିବା ସହ ସମସ୍ତ ପିଆରଆଇ ସଦସ୍ୟଙ୍କୁ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗୃହଗୁଡ଼ିକର ଉନ୍ନତି ପାଇଁ ଗ୍ରାମ ସ୍ତରୀୟ ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ବ୍ଲକର ବିଭିନ୍ନ ଉର୍ଣ୍ଣୟନ କାର୍ଯ୍ୟ କିପରି ଠିକ ରୂପେ କାର୍ଯ୍ୟକାରୀ ହେବ ସେନେଇ ଉପସ୍ଥିତ ସମସ୍ତେ ଆଲୋଚନା କରିଥିଲେ l ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଫୋରେଷ୍ଟ ରେଞ୍ଜର ପ୍ରବୀନ କୁମାର ଦାସ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା,ବ୍ଲକ ଏଇ ଅମ୍ବିକା ଦାସ,ସନ୍ଧ୍ୟାରାଣୀ ମଲ୍ଲିକ, ଅଭିଷେକ ମୁଦି,ସଞ୍ଜମ ନାୟକ,ଫୋରେଷ୍ଟର ପ୍ରୋମଦିନୀ ମଣ୍ଡାଙ୍ଗୀ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ସାହୁ ପ୍ରମୁଖଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ l ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମନୋରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l