ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ

କଟକ, (ଓ୍ବାଇଏନଏସ) : ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ହୋଇଛି। ତେବେ କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କଂଫିଡେନସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ତା ସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇ ପାରିବେନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଗତବର୍ଷ ଜୁଲାଇ ୧୯ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା। ତାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ ହୋଇଥିଲା। ଯଦ୍ୱାରା ପରୀକ୍ଷା ବାତିଲ ହୋଇଥିଲା। ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କ୍ରାଇମବ୍ରାଞ୍ଚ ଅଗଷ୍ଟ ୩ ତାରିଖରେ ଏହି ବୋର୍ଡ ଉପ ସଭାପତି ନିହାର ମହାନ୍ତିଙ୍କୁ ଗିରଫ କରିଥିଲା। ପରେ ଆଉ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲରେ ଥିଲେ। ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ପେଶାଲ ଓଟିଇଟି ପରୀକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ