ସ୍ପେଶଲ ସ୍କ୍ୱାର୍ଡ ପକ୍ଷରୁ ଜୋରଦାର ଧରପଗଡ଼: ୧୨ଗ୍ରାମ ବ୍ରାଉନସୁଗାର ଜବତ ସହ ୨୧ଗିରଫ
ଆନନ୍ଦପୁର(ପାର୍ଥ ସୌରଭ ସା): କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡୁଙ୍କ ନିର୍ଦ୍ଦେଶରେ ଆନନ୍ଦ ପୁର ଏସ.ଡି.ପି.ଓ ପ୍ରସାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ମଙ୍ଗଳବାର ରାତିରୁ ସ୍ବତନ୍ତ୍ର ଟିମ ଗଠନ କରି ଆନନ୍ଦପୁର ଏବଂ ଘସିପୁରା, ନନ୍ଦିପଦା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ୨୧ଜଣଙ୍କୁ ଧରା ଯାଇଛି । ସେମାନଙ୍କ ନିକଟରୁ ୧୨ଗ୍ରାମ ବ୍ରାଉନସୁଗାର, ନଗଦ ୮ଲକ୍ଷ ୩୦ହଜାର ଟଙ୍କା, ୧୨ଟି ମୋବାଇଲ୍ ଜବଦ କରଯାଇଥିବା କେନ୍ଦୁଝର ର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତାଙ୍କ ସୁଚନା ଅନୁସାରେ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଆନନ୍ଦପୁର ଉପଖଣ୍ଡ ରେ ବ୍ରାଉନ ସୁଗାର କାରବାର ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏଥିପାଇଁ ଏସପିଙ୍କ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଟିମ ପକ୍ଷରୁ ଆଧାରରେ ଶାଳପଡା ହାଟ ପଡିଆ, ଶାଳବଣି ଛକ, ହାଟଡିହି, ଆଦି ସ୍ଥାନରେ ଚଢାଉ କରିଥିଲେ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ବ୍ରାଉନସୁଗାର ଏହି ଅଞ୍ଚଳକୁ ଆସୁଥିବା ନେଇ ମଧ୍ଯ ଠୋସ ପ୍ରମାଣ ପାଇଛି ସ୍ପେଶଲ ସ୍କ୍ୱାର୍ଡ। ଅତି ଶିଘ୍ର ଅନ୍ୟ ମାନଙ୍କୁ ଧରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ଘଷିପୁରା ଥାନା ସୁଡୁସୁଡ଼ିଆର ଅଜୟ ସିଂ, ଶାଳପଡ଼ାର ପୂର୍ଣ୍ଣ ଚନ୍ଦ୍ର ଜେନା, ବାରିଗାଁର ଅଜୟ ବାରିକ୍, ସନତ ଓଝା, ବାଇଲୋ ଗ୍ରାମର ବିଜୟ ସେଠୀ, ରେକୁଟିଆ ର ସୌରଜିତ ଚକ୍ର, ମଳୟ କୁମାର ଜେନା, ଦେଓଗାଁ ର ଅଭିଷେକ ମହାନ୍ତି, ମୁରବାଲିର ପ୍ରସାନ୍ତ ନାହାକ, ଆନନ୍ଦପୁର ଥାନା ଫକିରପୁରର ନିର୍ମଳ ଜେନା, ନରେନ୍ଦ୍ର ଜେନା, ବାପି ଜେନା, ନନ୍ଦିପଦା ଥାନା ଗୋପ ଗ୍ରାମର ସନାତନ ସେଠୀ, ହାଟଡିହି ର ନିମା ଚରଣ ମଲ୍ଲିକ, କମଳାକାନ୍ତ ବେହେରା , ଗୋପ ଗ୍ରାମର ଦୀପ୍ତି ରଞ୍ଜନ ବାରିକ, ରାମଚନ୍ଦ୍ରପୁର ଥାନା ସାଇଙ୍କୁଳ ର ରଞ୍ଜନ ପଣ୍ଡା, କଳ୍ପତରୁ ପଣ୍ଡା, ବଡପଦନା ର ଧନେଶ୍ୱର ସାହୁ, ପଣ୍ଡୁଆ ର ଦୁର୍ଯ୍ୟୋଧନ ଦେହୁରୀ ବୋଲି ପୋଲିସ୍ ସୁଚନା ଦେଇଛି। ଡାକ୍ତରଖାନରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇ ଥିବା ଜଣା ଯାଇଛି।