ନିଲମ୍ବିତ ଥାନା ଅଧିକାରୀ ରହୁଥିବା ଭଡା ଘରେ ସ୍ୱତନ୍ତ୍ର ଟିମ୍ ତଦାରଖ

କାକଟପୁର /ଅସ୍ତରଙ୍ଗ :-ପୂର୍ବତନ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଅସ୍ତରଙ୍ଗ ରେ ରହୁଥିବା ଭଡା ଘର ମାଲିକ ଙ୍କୁ ତଦନ୍ତକାରୀ ଟିମ୍ ର ପଚରା ଉଚରା।ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏକ ଗଂଜେଇ ଚୋରା ଚାଲାଣ ମାମଲାରେ ସମ୍ପୂକ୍ତି ଅବା ମାଫିଆ ଙ୍କ ସହିତ ଲିଙ୍କ ଥିବା ପଦାକୁ ଆସିଛି। ଯାହାକି ଖାକିରେ ଦାଗ ଲାଗିଛି। ଅଭିଯୋଗର ଫର୍ଦ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ନିଜ ପଦପଦବୀର ଅପବ୍ୟବହାର ପାଈଁ ରାଜ୍ୟ ପୁଲିସ ମହାନିର୍ଦ୍ଧେଶକ ରାଜେଶ ବଳିୟାର ସିଂ ଙ୍କୁ ନିଲମ୍ବନ କରିଛନ୍ତି।
ସୂଚନା ମୁତାବକ, କୋରାପୁଟ ଜୟପୁର ପୁଲିସ ଏକ ଗଞ୍ଜେଇ ଚାଲାଣ ରାକେଟକୁ ଧରିବା ଲାଗି ତଦନ୍ତ ଆରମ୍ଭ କରିଥିଲେ। ସମ୍ପୂକ୍ତ ନିଶା ଚାଲାଣକାରୀ ମୋବାଇଲିକୁ ପୁଲିସ “ଏଲ ଆଇ “ପକାଇଥିଲେ। ଏହା ଦ୍ୱାରା ଅଭିଯୁକ୍ତଙ୍କ ବାର୍ତ୍ତାଳାପ ତଦନ୍ତକାରୀ ଦଳ ଶୁଣି ପାରିଥିଲେ। ସେମାନଙ୍କ ସହ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ଇନିସ୍ପେକ୍ଟର ସମ୍ପୂକ୍ତି କିଛି ସୁରାକ ଜାଣିବାକୁ ପାଇଥିଲେ। କିନ୍ତୁ କିଛି ବର୍ଷ ପୂର୍ବରୁ ରାଜେଶ ବଳିୟାର ସିଂ କୋରାପୁଟ ଜୟପୁର ରେ ସବଇନିସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ହତ୍ୟା ମାମଲା ତଦନ୍ତ ଚାଲୁଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରମୋସନ ହୋଇଥିଲା। ପରେ ଟ୍ରାନ୍ସଫର ହୋଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାରେ ଥାନାଅଧିକାରୀ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଆସୁଥିଲେ। କିନ୍ତୁ ଘଟଣା ଜାଣିପାରିଥିବା ଭଳି ଅସ୍ତରଙ୍ଗ ଥାନାଅଧିକାରୀ ରାଜେଶ ବଳିୟାର ସିଂ କିଛି ଦିନ ପୂର୍ବରୁ ଛୁଟି ନେଇ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ଥାନା ଅଧୀନ ଏକ ସରକାରୀ କ୍ଵାଟରରେ ରହୁଥିଲେ। ଗଞ୍ଜେଇ ଚାଲାଣ ରାକେଟ କୁ ଧରିବାକୁ ଯାଇ ଜୟପୁର ପୁଲିସ ଏତେ ବଡ଼ ସୁରାକ ପାଇବା ପରେ  ଜୟପୁର ପୁଲିସ ଦଳ ଭୁବନେଶ୍ୱର ରେ ପହଂଚି ରାଜେଶ ଙ୍କୁ ଧରିବା ପାଈଁ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ରାଜେଶ ବଳିୟାର ସିଂ ଙ୍କ ପତ୍ନୀ ଭିଜିଲାନ୍ସ ତଥା ପୋଲିସ ବିଭାଗ ରେ କାର୍ଯ୍ୟରତ ଥିବାରୁ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଧୀନରେ ଥିବା ସରକାରୀ କ୍ଵାଟର ରେ ଥିବା ବେଳେ ରାଜେଶ ବଳିୟାର ସିଂ କୁ ଉଠାଇଆଣି ନିକଟସ୍ଥ ଅଥବା କ୍ୟାପିଟାଲ ଥାନାରେ ରଖି ରାତି ତମାମ ଜେରା କରିଥିଲେ। ଆଇଆଇସି ଙ୍କ ବୟାନ କୁ ଆଧାର କରି ତଦନ୍ତକାରୀ ଦଳ  ଅନ୍ୟ ଅଭିଯୁକ୍ତଙ୍କୁ ଧରିବାରେ ଲାଗିଯାଇଥିଲେ। କିନ୍ତୁ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଏକ ବାହାନା ଦେଖାଇ ଆଇନି ରକ୍ଷକ ହୋଇ ଗଳା ବାଟଦେଇ  ଥାନାରୁ ଚମ୍ପଟ ମାରିଥିଲେ। ପରେ ଜୟପୁର ଥାନା ପୁଲିସ ପତ୍ନୀଙ୍କ ସରକାରୀ କ୍ଵାଟର କୁ ଯାଇ ଖୋଜିଥିଲେ କିନ୍ତୁ ପାଇନଥିଲେ।ଫୋନ କରିବାରୁ ତାଙ୍କର ମୋବାଇଲି ସୁଇଚ ଅଫ ରହିଥିଲା। ଯାହା ଫଳରେ ରାଜେଶ ବଳିୟାର ସିଂ ଙ୍କୁ ବିଭିନ୍ନ ସ୍ଥାନରେ ପୋଲିସ ଖୋଜୁଥିବା ସହ ପୋଲିସ ହାତରେ କିଛି ରାଜେଶ ଙ୍କ ନାଁରେ ଅଭିଯୋଗ ଫର୍ଦ ବଢିବାରୁ ନିଜ ପଦପଦବୀର ଅପବ୍ୟବହାର ପାଇ ରାଜ୍ୟ ପୁଲିସ ମହାନିର୍ଦେଶକ ରାଜେଶ ବଳିୟାର ସିଂ ଙ୍କୁ ନିଲମ୍ବନ କରିଛନ୍ତି। କିନ୍ତୁ ଦୀର୍ଘ ଦିନ ହେବ ଅସ୍ତରଙ୍ଗ ଥାନାରେ କାର୍ଯ୍ୟରତ ଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଥିବା ସାଧାରଣ ଚର୍ଚ୍ଚା ହେଉଛି। ସୋମବାର ଅପରାହ୍ନ ସମୟରେ ଭୁବନେଶ୍ୱର ରୁ ଜଣେ ଅଧିକାରୀ ଙ୍କ ଶହ ଆଉ ଦୁଇ ଅଧିକାରୀ ସମେତ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ରହୁଥିବା ଅସ୍ତରଙ୍ଗ ଭଡା ଘରେ ପହଂଚି ଘର ମାଲିକ ଙ୍କୁ ପଚରା ଉଚରା କରିଥିଲେ।ଏହା ସହ ରାଜେଶ ବଳିୟାର ସିଂ ଅସ୍ତରଙ୍ଗ ରେ ରହୁଥିବା ଏକ ଭଡା ଘରକୁ ବିଭିନ୍ନ ସମୟରେ ନାଲି କାର ଅବା ବିଭିନ୍ନ କାର ଚଳପ୍ରଚଳ ହେଉଥିବା ବେଳେ ଭଡାଘର ସହ ଏ ଘଟଣା କୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସ୍ଥାନୀୟ ଅଞ୍ଚଳରେ ଆଉ କେଉଁ ମାନେ ଏ ଘଟଣା ସମ୍ପୃକ୍ତ ଅଛନ୍ତି କି ନାହିଁ ଉପଯୁକ୍ତ ତଦନ୍ତ ପାଈଁ ସାଧାରଣ ରେ ଦାବୀ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ