ଏନଏସଏସ ୟୁନିଟ-୧ ପକ୍ଷରୁ ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ-୧ ପକ୍ଷରୁ ବୃକ୍ଷ ରୋପଣ ସ୍ୱତନ୍ତ୍ର ଶିବିର ସେପ୍ଟେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ଏନଏସଏସ ୟୁନିଟ-୧ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈଙ୍କ ତତ୍ତ୍ୱାବଧାନରେ ୨୬/୯/୨୫ ତାରିଖ ଠାରୁ ୦୨/୧୦/୨୫ ପର୍ଯ୍ୟନ୍ତ ସାତ ଦିନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ଶିବିରର ପ୍ରଥମ ଦିବସରେ କଲେଜର ପ୍ରିନ୍ସିପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିବା ସହ ଏହି ଶିବିରକୁ ଉଦଘାଟନ କରିଥିଲେ। ଅତିଥି ଭାବେ ଭାଇସ ପ୍ରିନ୍ସିପାଲ ହରିକୃଷ୍ଣ ନାୟକ, ଆଇକିୟୁଏସି ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଏନଏସଏସ ୟୁନିଟ-୨ ର୍ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଯୋଗଦେଇଥିଲେ। ଅତିଥି ବୃନ୍ଦ ଏନଏସଏସ ର ଲକ୍ଷ ଓ ସେବାର ମହତ୍ତ୍ୱ ଏବଂ ବୃକ୍ଷ ରୋପଣର ଉପକାରୀତା ବିଷୟରେ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ପ୍ରେରଣା ଦେବା ସହ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀ ପୋଲାଈ ସ୍ୱାଗତ ଭାଷଣ ସହ ଧନ୍ୟବାନ ପ୍ରଦାନ କରିଥିବା ବେଳେ ସ୍ୱେଚ୍ଛାସେବୀମାନେ ଏନଏସଏସ ସଙ୍ଗୀତ ଗାନ କରିଥିଲେ। ଦ୍ଵିତୀୟ ଦିବସରେ ପ୍ରତିକୂଳ ପାଗ ସ୍ଵତ୍ତ୍ୱେ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶ୍ରୀ ପୋଲାଈଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ବୃନ୍ଦ କଇମ – କତକଲା କୁବେରେଶ୍ବର ମନ୍ଦିର ରାସ୍ତାରେ ବୃକ୍ଷ ରୋପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ