ଦିଗପହଣ୍ଡିରେ ପ୍ରବୋଧନ ତାଲିମ ଶିବିର ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ  ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ୫ ଦିବସୀୟ  ପ୍ରବୋଧନ ତାଲିମ ଶିବିର ଉଦଯାପିତ ହୋଇଯାଇଛି।  ଦୁଇଟି ପର୍ଯ୍ୟାୟରେ ୨୯୪  ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପ୍ରଶିକ୍ଷକ ପ୍ରଦୀପ କୁମାର ମହାପାତ୍ର, ବିଜୟ କୁମାର ପ୍ରଧାନ, ଶିବରାମ ପ୍ରଧାନ, ଶଙ୍କର ସେଠୀ, ଅଳକା ପ୍ରଧାନ, ସିମାଞ୍ଚଳ ବେହେରା, ଅନିଲ ସାହୁ, ସୁବ୍ରତ ପଣ୍ଡା, ବାସୁଦେବ ବେହେରା, ଶ୍ରୀକାନ୍ତ ସାମନ୍ତରାୟ, ମନୋଜ କୁମାର ବେହେରା, କୁରା ସେଠୀ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ, ଭୀଷ୍ମଗିରି ଗ୍ରାମ ବାଳକ ପ୍ରାଥମିକ ବିଦ୍ୟାଳୟ ଏବଂ ବମୋକେଇ ଗ୍ରାମ ସ୍ଥିତ ଶିବାନନ୍ଦ ନୋଡାଲ ହାଇସ୍କୁଲ ଠାରେ ଆୟୋଜିତ ଶିବିରରେ ପର୍ଯ୍ୟାୟ କ୍ରମେ  ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏଲିମେଣ୍ଟରି ଟିଚର୍ସ ଟ୍ରେନିଂ ପ୍ରୋଗ୍ରାମ ଅନୁଯାୟୀ ତାଲିମ ପ୍ରଦାନ କରାଯାଇଥିଲା। ଗତ ୨୪ ତାରିଖ ରୁ ପର୍ଯ୍ୟାୟ କ୍ରମେ ଚାଲିଥିବା ତାଲିମ ଶିବିର ଉଦଯାପନୀ କାର୍ଯ୍ୟକ୍ରମ ମାନଙ୍କରେ ମୁଖ୍ୟଅତିଥିରୂପେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼. ଶଙ୍କର ନାରାୟଣ ବେଜ, ସମ୍ମାନିତ ଅତିଥି ଭାବେ ସହଗୋଷ୍ଠୀ ଶିକ୍ଷାଧିକାରୀ ବାଳା  ମାଝୀ, ବିଶ୍ରବା ପାଇକ, ରସାନନ୍ଦ ଘଡେଇ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ ଯୋଗଦେଇ  ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ